ପୁଣି ରିମାଣ୍ଡରେ ଗଲେ ଚିଦାମ୍ବରମ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମକୁ ପୁଣିଥରେ ରିମାଣ୍ଡରେ ନେଇଛି ସିବିଆଇ। ଅଗଷ୍ଟ ୨୧ରୁ ଗିରଫ ହୋଇଥିବା ଚିଦାମ୍ବରମକୁ ପୂର୍ବରୁ ୨ଟି ଦଫାରେ ସିବିଆଇ ଯଥାକ୍ରମେ ୫ ଦିନ ଓ ୪ ଦିନ ରିମାଣ୍ଡରେ ନେଇ ଘନଘନ ଜେରା କରିଥିଲା। ଏବେ ତାଙ୍କୁ ପୁଣିଥରେ ସିବିଆଇ ସୋମବାର ଯାଏ ରିମାଣ୍ଡରେ ନେବାକୁ ଅନୁମତି ପାଇଛି। ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିବାରୁ […]

we

Hemant Lenka
  • Published: Friday, 30 August 2019
  • , Updated: 30 August 2019, 04:55 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମକୁ ପୁଣିଥରେ ରିମାଣ୍ଡରେ ନେଇଛି ସିବିଆଇ। ଅଗଷ୍ଟ ୨୧ରୁ ଗିରଫ ହୋଇଥିବା ଚିଦାମ୍ବରମକୁ ପୂର୍ବରୁ ୨ଟି ଦଫାରେ ସିବିଆଇ ଯଥାକ୍ରମେ ୫ ଦିନ ଓ ୪ ଦିନ ରିମାଣ୍ଡରେ ନେଇ ଘନଘନ ଜେରା କରିଥିଲା।

ଏବେ ତାଙ୍କୁ ପୁଣିଥରେ ସିବିଆଇ ସୋମବାର ଯାଏ ରିମାଣ୍ଡରେ ନେବାକୁ ଅନୁମତି ପାଇଛି। ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ଚିଦାମ୍ବରମଙ୍କୁ ଦିଲ୍ଲୀ ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ସିବିଆଇ ତାଙ୍କୁ ଆଉ ୫ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ ସିବିଆଇ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାର କେବଳ ସୋମବାର ଅର୍ଥାତ ସେପ୍ଟେମ୍ବର ୨ ଯାଏ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

ଆଜି ସିବିଆଇ ପକ୍ଷରୁ ଅତିରିକ୍ତ ସଲିସେଟର ଜେନେରାଲ କେଏମ ନଟରାଜ ରିମାଣ୍ଡ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ସେ କହିଥିଲେ, “ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅନେକ ପ୍ରମାଣ ମିଳିଛି। ସିବିଆଇ ତାଙ୍କୁ ଆହୁରି ଅନେକ ପ୍ରଶ୍ନ ପଚାରିବାର ଅଛି। ତେଣୁ ତାଙ୍କୁ ରିମାଣ୍ଡରେ ନେବା ନିହାତି ଜରୁରୀ।”

ଏହି ସମୟରେ ସିବିଆଇ ଜଜ୍‌ ପଚାରିଥିଲେ, “ଆପଣ କାହିଁକି ୫ ଦିନର ରିମାଣ୍ଡ ମାଗୁଛନ୍ତି?” ଏହାର ଉତ୍ତର ଦେଇ ନଟରାଜ କହିଥିଲେ, “ଏହି ଦୁର୍ନୀତି ଘଟଣାରେ ଅନେକ ପ୍ରମାଣ ମିଳିଛି। ତେଣୁ ତାଙ୍କୁ ଜେରା କରିବା ଦରକାର।” ଏହାପରେ ଜଜ୍‌ କହିଥିଲେ, “ଯଦି ରିମାଣ୍ଡରେ ନେବା ଜରୁରୀ, ତା’ହେଲେ ଆପଣ ପ୍ରଥମେ କେବଳ ୫ ଦିନ ରିମାଣ୍ଡ କାହିଁକି ମାଗୁଥିଲେ? ଏହାପରେ ବି ପୁଣି ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ। କ’ଣ ପାଇଁ ଏଭଳି ଆଭିମୁଖ୍ୟ?” ଏହାପରେ କୋର୍ଟ କେବଳ ସୋମବାର ଯାଏ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଥିଲେ।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟରେ ଗତକାଲି ଚିଦାମ୍ବରମ ନିଜ ଆଡ଼ୁ ସେପ୍ଟେମ୍ବର ୨ ଯାଏ ସିବିଆଇ ହେପାଜତରେ ରହିବାକୁ ଆବେଦନ କରିଥିଲେ। ସେପ୍ଟେମ୍ବର ୨ରେ ସୁପ୍ରିମକୋର୍ଟ ମଧ୍ୟ ସିବିଆଇ ବିରୋଧରେ ଚିଦାମ୍ବରମ କରିଥିବା ଆବେଦନର ଶୁଣାଣି କରିବେ।

Related story