ଭାଇଜାଗ ବିଷାକ୍ତ ଗ୍ୟାସ ଲିକ୍ ଘଟଣା, ପିକେ ମିଶ୍ରଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଭାଇଜାଗ ବିଷାକ୍ତ ଗ୍ୟାସ ଲିକ୍ ଘଟଣାସ୍ଥଳକୁ ଯିବେ ଏକ୍ସପୋର୍ଟ ଟିମ୍। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ପି.କେ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବୈଠକ ପରେ ପି.କେ ମିଶ୍ର ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହି ଏକ୍ସପୋର୍ଟ ଟିମରେ ବିଭିନ୍ନ ବିଭାଗର ଏକ୍ସପୋର୍ଟ ରହିଛନ୍ତି। ଏହାପପରେ ଭାଇଜାଗ ବିଷାକ୍ତ ଗ୍ୟାସ ଲିକ୍ ଘଟଣାକୁ ନେଇ ପି.କେ ମିଶ୍ର ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ କ୍ୟାବିନେଟ ସଚିବ, […]

PK MISHRA

Subhransu Sekhar
  • Published: Thursday, 07 May 2020
  • , Updated: 07 May 2020, 03:47 PM IST

ନୂଆଦିଲ୍ଲୀ: ଭାଇଜାଗ ବିଷାକ୍ତ ଗ୍ୟାସ ଲିକ୍ ଘଟଣାସ୍ଥଳକୁ ଯିବେ ଏକ୍ସପୋର୍ଟ ଟିମ୍। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ପି.କେ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବୈଠକ ପରେ ପି.କେ ମିଶ୍ର ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହି ଏକ୍ସପୋର୍ଟ ଟିମରେ ବିଭିନ୍ନ ବିଭାଗର ଏକ୍ସପୋର୍ଟ ରହିଛନ୍ତି।

ଏହାପପରେ ଭାଇଜାଗ ବିଷାକ୍ତ ଗ୍ୟାସ ଲିକ୍ ଘଟଣାକୁ ନେଇ ପି.କେ ମିଶ୍ର ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ କ୍ୟାବିନେଟ ସଚିବ, ଗୃହ ସଚିବ, ଏଡିଆରଏଫ, ଏନଡିଏମଏ, ଏମ୍ସର ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞମାନେ ଯୋଗ ଦେଇଥିଲେ।

ଆଜି ସକାଳେ ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଥିବା ଏଲଜି ପଲିମର୍ସ କେମିକାଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍‌ ହୋଇଥିଲା। ଏହି ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ବେଳେ ଶତାଧିକ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Related story