ପବିତ୍ର ସ୍ୱାଧୀନତା ଦିବସ ଆମ ପାଇଁ ସଂକଳ୍ପର ଦିନ ହେଉ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:୬୯ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ଆୟୋଜିତ ରାଷ୍ଟ୍ରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ୱାଧୀନତା ପାଇଁ ବଳି ଦେଇଥିବା ମହାପୁରୁଷଙ୍କୁ ମନେ ପକାଇ ଲାଲକିଲ୍ଲାରୁ ମୋଦି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଏହି ଦିବସଟିକୁ ସଙ୍କଳ୍ପର ଦିନ ବୋଲି ମୋଦି କହିଛନ୍ତି। ବିକାଶର ଅମୃତ ଧାରାରେ ଜାତିବାଦ ଓ ସାମ୍ପ୍ରଦାୟିକତାର ବିଷକୁ ସମାପ୍ତ କରିହେବ ବୋଲି ତାଙ୍କ ଭାଷଣରେ କହିଛନ୍ତି। ଦେଶର ୧୨୫ କୋଟି ଜନତାଙ୍କୁ ଟିମ ଇଣ୍ଡିଆ […]

modi

Rakesh Mallick
  • Published: Saturday, 15 August 2015
  • , Updated: 15 August 2015, 08:05 AM IST

ନୂଆଦିଲ୍ଲୀ:୬୯ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ଆୟୋଜିତ ରାଷ୍ଟ୍ରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ୱାଧୀନତା ପାଇଁ ବଳି ଦେଇଥିବା ମହାପୁରୁଷଙ୍କୁ ମନେ ପକାଇ ଲାଲକିଲ୍ଲାରୁ ମୋଦି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଏହି ଦିବସଟିକୁ ସଙ୍କଳ୍ପର ଦିନ ବୋଲି ମୋଦି କହିଛନ୍ତି। ବିକାଶର ଅମୃତ ଧାରାରେ ଜାତିବାଦ ଓ ସାମ୍ପ୍ରଦାୟିକତାର ବିଷକୁ ସମାପ୍ତ କରିହେବ ବୋଲି ତାଙ୍କ ଭାଷଣରେ କହିଛନ୍ତି। ଦେଶର ୧୨୫ କୋଟି ଜନତାଙ୍କୁ ଟିମ ଇଣ୍ଡିଆ ବୋଲି ସମ୍ୱୋଧନ କରି ବିକାଶର ଭାଗିଦାରିରେ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସେହିପରି ଜନ ଧନ ଯୋଜନାରେ ୧୭କୋଟି ଲୋକ ଖାତା ଖୋଲି ୨୦ ହଜାର କୋଟି ଟଙ୍କ। କରିଥିବା ମୋଦି କହିଛନ୍ତି।

ସେହିପରି ସରକାରଙ୍କ ବୀମା ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନର ସଫଳତା ନେଇ ଉଲ୍ଲେଖ କରିଥିଲେ ମୋଦି। ଡିବିଟିଏଲ ଯୋଜନାଦ୍ୱାରା କଳାବଜାରି ଉପରେ କାବୁ ପାଇଥିବା ଏବଂ କୋଇଲା ନିଲାମୀ ଦ୍ୱାରା  ୩ ଲକ୍ଷ କୋଟି ଟଙ୍କ। ରାଜସ୍ୱ ଆଦାୟ  ହୋଇପାରିଥିବା ମୋଦି କହିଛନ୍ତି। ତେବେ ଓଡ଼ିଶା ସମେତ ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳର ରାଜ୍ୟର ବିକାଶ ହୋଇପାରିଲେ ହିଁ ସମଗ୍ର ଦେଶର ବିକାଶ ହେବ ବୋଲି ମୋଦି କହିଛନ୍ତି। କୃଷି ମନ୍ତ୍ରାଳୟ ସହ କୃଷକ କଲ୍ୟାଣକୁ ଯୋଡିବା ଉପରେ ପ୍ରଧାନମନ୍ତ୍ରୀ  ଗୁରିତ୍ୱ ଦେଇଛନ୍ତି। ଓଡିଶାର ତାଳଚେର ସମେତ ଦେଶର  ୪ଟି ସାର କାରଖାନାର ପୁନରୁଦ୍ଧାର  ଉପରେ ମଧ୍ୟ ମୋଦି ଗୁରୁତ୍ୱ ଦେଇଛନ୍ତି।  ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଦେଶର ୧୮ ହଜାର ୫୦୦ ଗାଁକୁ ବିଜୁଳି ପହଞ୍ଚିପାରିନାହିଁ। ତେଣୁ ଏହି ସବୁ ଗାଁକୁ ହଜାରେ ଦିନ  ଭିତରେ ବିଜୁଳି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ମୋଦି କହିଛନ୍ତି।

Related story