ପାକିସ୍ତାନ ସହ କଥା ହେବାରେ ସମସ୍ୟା ନାହିଁ, ‘ଟେରୋରିସ୍ତାନ’ ସହ ଅଛି: ଜୟଶଙ୍କର

ନ୍ୟୁୟର୍କ: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଦୋମୁହାଁ ନୀତିକୁ ନେଇ ପରୋକ୍ଷରେ କଟାକ୍ଷ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ପାକିସ୍ତାନ ସହ ଭାରତ କଥା ହେବାରେ କୌଣସି ସମସ୍ୟା ନାହିଁ ବରଂ ‘ଟେରୋରିସ୍ତାନ’ ସହ କଥା ହେବାର ସମସ୍ୟା ରହିଛି ବୋଲି କହିଛନ୍ତି ଏସ୍. ଜୟଶଙ୍କର। ଜାତିସଂଘର ସାଧାରଣ ପରିଷଦ ପାଇଁ ଏବେ ଆମେରିକା ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ତଥା ପୂର୍ବତନ ରାଷ୍ଟ୍ରଦୂତ। ଆମେରିକାର ଏସିଆ ସୋସାଇଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ […]

S JAISHANKAR

Subhransu Sekhar
  • Published: Wednesday, 25 September 2019
  • , Updated: 25 September 2019, 04:00 PM IST

ନ୍ୟୁୟର୍କ: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଦୋମୁହାଁ ନୀତିକୁ ନେଇ ପରୋକ୍ଷରେ କଟାକ୍ଷ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ପାକିସ୍ତାନ ସହ ଭାରତ କଥା ହେବାରେ କୌଣସି ସମସ୍ୟା ନାହିଁ ବରଂ ‘ଟେରୋରିସ୍ତାନ’ ସହ କଥା ହେବାର ସମସ୍ୟା ରହିଛି ବୋଲି କହିଛନ୍ତି ଏସ୍. ଜୟଶଙ୍କର। ଜାତିସଂଘର ସାଧାରଣ ପରିଷଦ ପାଇଁ ଏବେ ଆମେରିକା ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ତଥା ପୂର୍ବତନ ରାଷ୍ଟ୍ରଦୂତ।

ଆମେରିକାର ଏସିଆ ସୋସାଇଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର କହିଛନ୍ତି କଶ୍ମୀର ପାଇଁ ପାକିସ୍ତାନ ଏକ ଆତଙ୍କବାଦୀ କାରଖାନା ସୃଷ୍ଟି କରିଛି ଯାହାର ପରିଣାମ ଏବେ ଭୋଗୁଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଯାହାକୁ ନେଇ ପାକିସ୍ତାନ ଏବଂ ଚାଇନା କଡ଼ା ପ୍ରତିକ୍ରିୟା ରଖିଛନ୍ତି ବୋଲି ଜୟଶଙ୍କର କହିଛନ୍ତି। ସୀମା ଭିତରେ ରହି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏମିତିକି ଧାରା ୩୭୦ ଉଚ୍ଛେଦ ପରେ ଭାରତ ସୀମା ରେଖାରେ ସନ୍ତୁଳନ ରକ୍ଷା କରିଛି ବୋଲି ସେ କହିଛନ୍ତି।

ପାକିସ୍ତାନ ସହ ଭାରତ କଥା ହେବାରେ କୌଣସି ସମସ୍ୟା ନାହିଁ। ଯଦି ସେ ଆତଙ୍କବାଦ ବିରୋଧରେ ପାକିସ୍ତାନ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନେବ ତାହେଲେ ଭାରତ ଆଗାମୀ ଦିନରେ କଥା ହେବ ବୋଲି କହିଛନ୍ତି ଜୟଶଙ୍କର।

Related story