ଶେଷରେ ପାକିସ୍ତାନ ମାନିଲା; ଜାମତ୍-ଉଦ୍-ଦାୱା ହେଉଛି ଲସ୍କରର ଏକ ଅଂଶ

ଇସଲାମବାଦ: ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର୍ ମାଇଣ୍ଡ୍ ହଫିଜ୍ ସୟିଦର ଜାମତ-ଉଦ୍-ଦାୱା (ଜେୟୁଡି) ହେଉଛି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଏକ ଅଂଶ। ଏକଥା କାହାକୁ ଅଛପା ନାହିଁ। ତେବେ ପ୍ରଥମ ଥର ପାଇଁ ପାକିସ୍ତାନ ସରକାର ମାନିଛନ୍ତି ଯେ ଜେୟୁଡି ହେଉଛି ଲସ୍କର ଏକ ଅଂଶ। ଏହା ସହିତ ଲସ୍କର-ଇ-ତୋଏବା ଓ ଜେୟୁଡି ସଂପର୍କରେ କୌଣସି ଖବର ନଛାପିବାକୁ ପାକ୍ ଗଣମାଧ୍ୟମକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପାକିସ୍ତାନ ବୈଦ୍ୟୁତିକ ଗଣମାଧ୍ୟମ ନିୟାମକ କର୍ତ୍ତୃପକ୍ଷ (ପିଇଏମଆରଏ) […]

HAPIZ SAEED

Rakesh Mallick
  • Published: Tuesday, 03 November 2015
  • , Updated: 04 May 2017, 03:44 PM IST

ଇସଲାମବାଦ: ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର୍ ମାଇଣ୍ଡ୍ ହଫିଜ୍ ସୟିଦର ଜାମତ-ଉଦ୍-ଦାୱା (ଜେୟୁଡି) ହେଉଛି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଏକ ଅଂଶ। ଏକଥା କାହାକୁ ଅଛପା ନାହିଁ। ତେବେ ପ୍ରଥମ ଥର ପାଇଁ ପାକିସ୍ତାନ ସରକାର ମାନିଛନ୍ତି ଯେ ଜେୟୁଡି ହେଉଛି ଲସ୍କର ଏକ ଅଂଶ। ଏହା ସହିତ ଲସ୍କର-ଇ-ତୋଏବା ଓ ଜେୟୁଡି ସଂପର୍କରେ କୌଣସି ଖବର ନଛାପିବାକୁ ପାକ୍ ଗଣମାଧ୍ୟମକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପାକିସ୍ତାନ ବୈଦ୍ୟୁତିକ ଗଣମାଧ୍ୟମ ନିୟାମକ କର୍ତ୍ତୃପକ୍ଷ (ପିଇଏମଆରଏ) ଦେଶର ସମସ୍ତ ଟିଭି ଚ୍ୟାନେଲ୍ ଓ ଏଫଏମ ରେଡିଓଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲସ୍କର-ଇ-ତୋଏବା, ଜେୟୁଡି ଓ ଫଲାହ-ଇ-ଇନସାନିୟତ୍ ଫାଉଣ୍ଡେସନ (ଏଫଆଇଏଫ୍) ସମେତ ଜାତିସଂଘ ବେଆଇନ୍ ଘୋଷଣା କରିଥିବା ୭୨ଟି ଆତଙ୍କବାଦୀ ସଂଗଠନ ସଂପର୍କରେ ଖବର ନଛାପିବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।

କୁହାଯାଉଛି ପାକିସ୍ତାନ ସରକାରଙ୍କର ହଠାତ୍ ଏହି ଆଭିମୁଖ୍ୟ ପଛରେ ରହିଛି ନିକଟରେ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଆମେରିକା ଗସ୍ତ। ଜାତିସଂଘ ଦ୍ୱାରା ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ତାଙ୍କୁ କହିଥିଲେ।

Related story