ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମୋଦି ସହିଷ୍ଣୁତା ଦେଖାଇଛନ୍ତି: ଶିବସେନା

ମୁମ୍ବାଇ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ପ୍ୟାରିସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ସହ  ସାକ୍ଷାତ  କରିବା  ଘଟଣାକୁ ଶିବସେନା ପ୍ରଶଂସା କରିଛି। ପାକ୍  ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି  ନରେନ୍ଦ୍ର ମୋଦି  ସହିଷ୍ଣୁତା ଦେଖାଇଛନ୍ତି । ଶିବସେନା ଏହାର ମୁଖପାତ୍ର ‘ସାମନା’ର ସମ୍ପାଦକୀୟରେ ଏହା ଉଲ୍ଲେଖ କରିଛି। ଶିବସେନା କହିଛି, ଯେଉଁ ଦେଶ ଭାରତ ଉପରେ ବାରାମ୍ବାର ଆକ୍ରମଣ କରୁଛି, ସବୁବେଳେ ଧମକ ଦେଉଛି ଓ ଭାରତର ସୁରକ୍ଷାକର୍ମୀଙ୍କୁ ହତ୍ୟା କରୁଛି, ସେହି ଦେଶର ପ୍ରଧାନମନ୍ତ୍ରୀଙ୍କ ସହ  ନରେନ୍ଦ୍ର […]

narendra-modi-nawaz

Rakesh Mallick
  • Published: Wednesday, 02 December 2015
  • , Updated: 02 December 2015, 09:18 AM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ପ୍ୟାରିସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ସହ  ସାକ୍ଷାତ  କରିବା  ଘଟଣାକୁ ଶିବସେନା ପ୍ରଶଂସା କରିଛି। ପାକ୍  ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି  ନରେନ୍ଦ୍ର ମୋଦି  ସହିଷ୍ଣୁତା ଦେଖାଇଛନ୍ତି । ଶିବସେନା ଏହାର ମୁଖପାତ୍ର ‘ସାମନା’ର ସମ୍ପାଦକୀୟରେ ଏହା ଉଲ୍ଲେଖ କରିଛି।

ଶିବସେନା କହିଛି, ଯେଉଁ ଦେଶ ଭାରତ ଉପରେ ବାରାମ୍ବାର ଆକ୍ରମଣ କରୁଛି, ସବୁବେଳେ ଧମକ ଦେଉଛି ଓ ଭାରତର ସୁରକ୍ଷାକର୍ମୀଙ୍କୁ ହତ୍ୟା କରୁଛି, ସେହି ଦେଶର ପ୍ରଧାନମନ୍ତ୍ରୀଙ୍କ ସହ  ନରେନ୍ଦ୍ର ମୋଦି  ବିନମ୍ରତାର ସହ ସକ୍ଷାତ ଆଲୋଚନା କରିଛନ୍ତି। ଏହା ସହିଷ୍ଣୁତା ନୁହେଁ ତ ଆଉ କ’ଣ?  ଅନ୍ୟ ଜଣେ ଆମ ଉପରକୁ ହାତ ଉଠାଇଲେ ମଧ୍ୟ ଆମେ ହାତ ଯୋଡି ତାଙ୍କ ନିକଟକୁ ଯାଉ।  ଏହା ଆମର ସହିଷ୍ଣୁତା।  ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏହାକୁ   ପାଳନ କରିଛନ୍ତି।

Related story