ପାକିସ୍ଥାନରେ ପୁଣି ମାତିଲେ ଆତଙ୍କବାଦୀ,୨୨ ବସଯାତ୍ରୀଙ୍କୁ ଗୁଳିକରି ହତ୍ୟା

କରାଚି:ପାକିସ୍ଥାନର ବେଲୁଚିସ୍ଥାନ ରାଜ୍ୟର ପାସ୍ତୁନ ଘଟିଛି ଏକ ଅଭାବନୀୟ ଗୁଳିକାଣ୍ଡ। କରାଚୀରୁ ପାସ୍ତୁନକୁ ଯାଉଥିବା ୨ଟି ବସକୁ ଅପହରଣ କରି୨୨ଯାତ୍ରୀଙ୍କୁ ମିଲିଟାରୀ ପୋଷାକ ପିନ୍ଧିଥିବା ଆତଙ୍କବାଦୀ ଗୁଳିବିଦ୍ଧ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ଗୁଳିକାଣ୍ଡ ବେଲୁଚି ବିଛିର୍ଣ୍ଣତାବାଦୀମାନେ ଭିଆଇଥିବା ଅନୁମାନ କରାଯାଉଛି। ଗତକାଲି ରାତିରେ୨୦ରୁ ୨୫ଜଣ ବିଛିର୍ଣ୍ଣତାବାଦୀ ଦୁଇଟି ବଡ ଗାଡିରେ ଆସି ବସ ଦୁଇଟିକୁ ଅଟକାଇଥିଲେ। ଏହାପରେ ବସରେଥିବା ୩୩ରୁ  ଅଧିକ ଯାତ୍ରୀଙ୍କୁ ଓହ୍ଲାଇକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କୁ ଏକ ପାହାଡ ନିକଟକୁ […]

balochistan-sit-in

Rakesh Mallick
  • Published: Saturday, 30 May 2015
  • , Updated: 04 May 2017, 03:45 PM IST

କରାଚି:ପାକିସ୍ଥାନର ବେଲୁଚିସ୍ଥାନ ରାଜ୍ୟର ପାସ୍ତୁନ ଘଟିଛି ଏକ ଅଭାବନୀୟ ଗୁଳିକାଣ୍ଡ। କରାଚୀରୁ ପାସ୍ତୁନକୁ ଯାଉଥିବା ୨ଟି ବସକୁ ଅପହରଣ କରି୨୨ଯାତ୍ରୀଙ୍କୁ ମିଲିଟାରୀ ପୋଷାକ ପିନ୍ଧିଥିବା ଆତଙ୍କବାଦୀ ଗୁଳିବିଦ୍ଧ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ଗୁଳିକାଣ୍ଡ ବେଲୁଚି ବିଛିର୍ଣ୍ଣତାବାଦୀମାନେ ଭିଆଇଥିବା ଅନୁମାନ କରାଯାଉଛି। ଗତକାଲି ରାତିରେ୨୦ରୁ ୨୫ଜଣ ବିଛିର୍ଣ୍ଣତାବାଦୀ ଦୁଇଟି ବଡ ଗାଡିରେ ଆସି ବସ ଦୁଇଟିକୁ ଅଟକାଇଥିଲେ। ଏହାପରେ ବସରେଥିବା ୩୩ରୁ  ଅଧିକ ଯାତ୍ରୀଙ୍କୁ ଓହ୍ଲାଇକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କୁ ଏକ ପାହାଡ ନିକଟକୁ ନେଇ ଆଖିବୁଜା ଗାଳିବର୍ଷଣ କରିଥିଲେ। ଏହି ଗୁଳିମାଡରେ ଆନୁମାନିକ ୨୨ ଯାତ୍ରୀ ମୃତହାତ ହୋଇଥିବାବେଳେ ୧୦ରୁ ଅଧିକ ଯାତ୍ରୀ ଏବେବି ବିଛିର୍ଣ୍ଣତାବାଦୀଙ୍କ କବଳରେ ରହିଛିନ୍ତି ବୋଲି ବେଲୁଚିସ୍ଥାନ ଗୃହମନ୍ତ୍ରୀ ସର୍ଫରାଜ ଗୁଫ୍ଟି ସୂଚନା ଦେଇଛନ୍ତି। ଓଲ୍ଲାଇ ନଥିଲେ। ସେମାନଙ୍କୁ ଏହି ବିଛିର୍ଣ୍ଣତାବାଦୀମାନ ଆଖିବୁଜା ଗୁଳି ମାଡ କରିଥିଲେ। ବିଛିର୍ଣ୍ଣତାବାଦୀଙ୍କ କବଳରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବାପାଇଁ ପାକିସ୍ଥାନ ପକ୍ଷରୁ ସ୍ୱତନ୍ତ୍ର ମିଲିଟାରୀ ଅପରେସନ କରାଯାଉଛି ବୋଲି ସେ କହିଛନ୍ତି।

Related story