ପୁଣି ବଡ଼ ଧରଣର ହମଲା ଯୋଜନା କରୁଛନ୍ତି ପାକ୍ ଆତଙ୍କୀ !

ନୂଆଦିଲ୍ଲୀ:ଜମ୍ମୁ-କଶ୍ମୀରରେ ପୁଣି ଥରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ। ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ କହିଛି। ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀ  ନ୍ୟାସନାଲ୍ ହାଇୱେରେ ସ୍ନାଇପର ଗନ୍‌ରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିପାରନ୍ତି। ଏହାବ୍ୟତୀତ ଆଇଇଡି ବ୍ଲାଷ୍ଟ କରି ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ୬ରୁ ୮ ଜଣ ପାକିସ୍ତାନୀ ଆତଙ୍କବାଦୀ ଏହି ଯୋଜନା କରୁଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ଏହି ଟିମ୍‌ରେ […]

terror

Jyoshna Pradhan
  • Published: Saturday, 06 July 2019
  • , Updated: 06 July 2019, 12:32 PM IST

ନୂଆଦିଲ୍ଲୀ:ଜମ୍ମୁ-କଶ୍ମୀରରେ ପୁଣି ଥରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ। ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ କହିଛି।

ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀ  ନ୍ୟାସନାଲ୍ ହାଇୱେରେ ସ୍ନାଇପର ଗନ୍‌ରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିପାରନ୍ତି। ଏହାବ୍ୟତୀତ ଆଇଇଡି ବ୍ଲାଷ୍ଟ କରି ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ୬ରୁ ୮ ଜଣ ପାକିସ୍ତାନୀ ଆତଙ୍କବାଦୀ ଏହି ଯୋଜନା କରୁଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ଏହି ଟିମ୍‌ରେ  ଜଣେ ସ୍ନାଇପର ଏକ୍ସପାର୍ଟ ରହିଛି। କଶ୍ମୀରରେ ଲୁଚି ରହିବା ପାଇଁ ଆତଙ୍କବାଦୀମାନେ ନିଜ ନିଜ ନାମ ପରିବର୍ତ୍ତନ କରିଥିବା ଜଣାପଡ଼ିଛି।

ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ମୃତ୍ୟୁ ବାର୍ଷିକୀରେ ସୁରକ୍ଷାକର୍ମୀଙ୍କ ଉପରେ ବଦଲା ନେବାକୁ ପାକିସ୍ତାନୀ ଆତଙ୍କବାଦୀ ଚାହୁଁଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୬ ଜୁଲାଇ ୮ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ବୁରହାନ ୱାନି ନିହତ ହୋଇଥିଲା।

Related story