ପାକିସ୍ତାନରୁ ଭାରତ ଫେରିଲେ ଭିନ୍ନକ୍ଷମ ଝିଅ ଗୀତା

ନୂଆଦିଲ୍ଲୀ: ୧୫ ବର୍ଷ ଧରି ପାକିସ୍ତାନରେ ରହୁଥିବା ଭିନ୍ନକ୍ଷମ ଝିଅ ଗୀତା ଆଜି ଭାରତ ଫେରିଛନ୍ତି। ଆଜି ସକାଳେ ଗୀତା କରାଚିରୁ ଯାତ୍ରା ଆରମ୍ଭ କରି ନୂଆଦିଲ୍ଳୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ଗୀତାଙ୍କୁ ଭେଟିବା ଲାଗି ତାଙ୍କ ବାପା ଜନାର୍ଦ୍ଦନ ମାହାତୋ ଏବଂ ପରିବାର ଅନ୍ୟ ସଦସ୍ୟମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ଗୀତାଙ୍କ ପ୍ରକୃତ ପରିଚୟ ଜାଣିବା ପାଇଁ ଡିଏନଏ ଟେଷ୍ଟ କରାଯିବ। ୧୫ବର୍ଷ ତଳେ ସମଝୌତା ଏକ୍ସପ୍ରେସରୁ ପାକିସ୍ତାନ ରେଞ୍ଜର୍ସର ଜଣେ ଯବାନ ଗୀତାଙ୍କୁ ଠାବ କରିଥିଲେ। […]

geetene-6

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 11:32 AM IST

ନୂଆଦିଲ୍ଲୀ: ୧୫ ବର୍ଷ ଧରି ପାକିସ୍ତାନରେ ରହୁଥିବା ଭିନ୍ନକ୍ଷମ ଝିଅ ଗୀତା ଆଜି ଭାରତ ଫେରିଛନ୍ତି। ଆଜି ସକାଳେ ଗୀତା କରାଚିରୁ ଯାତ୍ରା ଆରମ୍ଭ କରି ନୂଆଦିଲ୍ଳୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ଗୀତାଙ୍କୁ ଭେଟିବା ଲାଗି ତାଙ୍କ ବାପା ଜନାର୍ଦ୍ଦନ ମାହାତୋ ଏବଂ ପରିବାର ଅନ୍ୟ ସଦସ୍ୟମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ଗୀତାଙ୍କ ପ୍ରକୃତ ପରିଚୟ ଜାଣିବା ପାଇଁ ଡିଏନଏ ଟେଷ୍ଟ କରାଯିବ। ୧୫ବର୍ଷ ତଳେ ସମଝୌତା ଏକ୍ସପ୍ରେସରୁ ପାକିସ୍ତାନ ରେଞ୍ଜର୍ସର ଜଣେ ଯବାନ ଗୀତାଙ୍କୁ ଠାବ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୭ରୁ ୮ବର୍ଷ ହୋଇଥିଲା। ତେବେ ମୂକ ବଧିର ହୋଇଥିବାରୁ ତାଙ୍କ ପରିଚୟ ମିଳିପାରି ନ ଥିଲା। ସେବଠୁ ଗୀତା ପାକିସ୍ତାନ କରାଚିର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଦ୍ଧି ଫାଉଣ୍ଡେସନରେ ରହି ଆସୁଥିଲେ। ତାଙ୍କର ପ୍ରକୃତ ନାଁ ଜଣାପଡି ନ ଥିଲେ ମଧ୍ୟ ସେଠାରେ ତାଙ୍କ ନାଁ ରଖାଯାଇଥିଲା ଗୀତା। ପରେ ତାଙ୍କ ପ୍ରକୃତ ଘର ବିହାର ବୋଲି ଜଣାପଡିଥିଲା। ଗୀତାଙ୍କୁ ତାଙ୍କ ପରିବାରର କିଛି ଫଟୋ ଦେଖାଇବା ପରେ ସେ ଚିହ୍ନିପାରିଥିଲେ। ବଲିଉଡ୍ ଫିଲ୍ମ ବଜରଙ୍ଗୀ ଭାଇଜାନ ରିଲିଜ୍ ହେବା ପରେ ଗୀତାଙ୍କ ସମ୍ପର୍କରେ ଜଣାପଡିଥିଲା।

Related story