ପାକିସ୍ତାନ: ଦୁଇଟି ଏକ୍ସପ୍ରେସ ମଧ୍ୟରେ ଧକ୍କା, ୧୭ ଯାତ୍ରୀ ମୃତ

କରାଚୀ: ପାକିସ୍ତାନର କରାଚୀ ସହରରେ ଆଜି ଛିଡା ହୋଇଥିବା ଏକ ଟ୍ରେନକୁ ଅନ୍ୟ ଏକ ଟ୍ରେନ୍‌ ଧକ୍କା ଦେବା ଫଳରେ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୫୦ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୭ଟା ୧୮ ମିନିଟ୍‌ରେ ଜକାରିଆ ଏକ୍ସପ୍ରେସ ଜୁମ୍ମାଗୋଠ ଷ୍ଟେସନରେ ଛିଡା ହୋଇଥିବା ଫରିଦ ଏକ୍ସପ୍ରେସକୁ ଧକ୍କା ଦେଇଥିଲା। ଫଳରେ ଜକାରିଆ ଏକ୍ସପ୍ରେସର ଗୋଟିଏ ବଗି ଓ ଫରିଦ ଏକ୍ସପ୍ରେସ୍‌ର ୨ଟି […]

pakistan

Rakesh Mallick
  • Published: Thursday, 03 November 2016
  • , Updated: 04 May 2017, 03:44 PM IST

କରାଚୀ: ପାକିସ୍ତାନର କରାଚୀ ସହରରେ ଆଜି ଛିଡା ହୋଇଥିବା ଏକ ଟ୍ରେନକୁ ଅନ୍ୟ ଏକ ଟ୍ରେନ୍‌ ଧକ୍କା ଦେବା ଫଳରେ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୫୦ ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୭ଟା ୧୮ ମିନିଟ୍‌ରେ ଜକାରିଆ ଏକ୍ସପ୍ରେସ ଜୁମ୍ମାଗୋଠ ଷ୍ଟେସନରେ ଛିଡା ହୋଇଥିବା ଫରିଦ ଏକ୍ସପ୍ରେସକୁ ଧକ୍କା ଦେଇଥିଲା। ଫଳରେ ଜକାରିଆ ଏକ୍ସପ୍ରେସର ଗୋଟିଏ ବଗି ଓ ଫରିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା।

Related story