ଲାହୋର ଆକାଶରେ ବିଦେଶୀ ବିମାନ ଉଡାଣ ଉପରେ କଟକଣା

ଲାହୋର: ଲାହୋର ଉପରେ ବିଦେଶୀ ବିମାନ ଉଡାଣ ଉପରେ ପାକିସ୍ତାନ କଟକଣା ଜାରି କରିଛି। ବିଦେଶୀ ବ୍ୟବସାୟୀକ ବିମାନ ଲାହୋର ଆକାଶର ୨୯,୦୦୦ ଫୁଟ୍‌ ତଳେ ଉଡି ପାରିବ ନାହିଁ ବୋଲି ପାକିସ୍ତାନ କହିଛି। ପୂର୍ବରୁ କରାଚୀ ଆକାଶରେ ୩୩,୦୦୦ ଫୁଟ୍‌ରୁ ତଳେ ବିମାନ ଚଳାଚଳ ଉପରେ ପାକିସ୍ତାନ କଟକଣା ଜାରି କରିଥିଲା। ଭାରତକୁ ଟାର୍ଗେଟ କରି ପାକିସ୍ତାନ ଏହି କଟକଣା ଲାଗୁ କରିଥିବା ଟାଇମ୍ସ ଅଫ୍‌ ଇଣ୍ଡିଆରେ ରିପୋର୍ଟରେ ପ୍ରକାଶ ପାଇଛି। କରାଚୀରେ ଗୋଟିଏ ସପ୍ତାହ […]

pakistan-ari-way

Rakesh Mallick
  • Published: Sunday, 02 October 2016
  • , Updated: 04 May 2017, 03:44 PM IST

ଲାହୋର: ଲାହୋର ଉପରେ ବିଦେଶୀ ବିମାନ ଉଡାଣ ଉପରେ ପାକିସ୍ତାନ କଟକଣା ଜାରି କରିଛି। ବିଦେଶୀ ବ୍ୟବସାୟୀକ ବିମାନ ଲାହୋର ଆକାଶର ୨୯,୦୦୦ ଫୁଟ୍‌ ତଳେ ଉଡି ପାରିବ ନାହିଁ ବୋଲି ପାକିସ୍ତାନ କହିଛି। ପୂର୍ବରୁ କରାଚୀ ଆକାଶରେ ୩୩,୦୦୦ ଫୁଟ୍‌ରୁ ତଳେ ବିମାନ ଚଳାଚଳ ଉପରେ ପାକିସ୍ତାନ କଟକଣା ଜାରି କରିଥିଲା।

ଭାରତକୁ ଟାର୍ଗେଟ କରି ପାକିସ୍ତାନ ଏହି କଟକଣା ଲାଗୁ କରିଥିବା ଟାଇମ୍ସ ଅଫ୍‌ ଇଣ୍ଡିଆରେ ରିପୋର୍ଟରେ ପ୍ରକାଶ ପାଇଛି। କରାଚୀରେ ଗୋଟିଏ ସପ୍ତାହ ପାଇଁ କଟକଣା ଜାରି କରାଯାଇଥିବା ବେଳେ ଲାହୋରରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି।

ଇଣ୍ଡିଆନ ଏୟାର ଲାଇନ୍‌ର ଜଣେ ରୁଟ୍‌ ପ୍ଲାନର କହିଛନ୍ତି,“କଟକଣା କାରଣରୁ ପାକିସ୍ତାନ ଆକାଶ ପଥ ଦେଇ ପଶ୍ଚିମ ଓ ଗଲ୍ଫ ଦେଶକୁ ଯାଉଥିବା ବିମାନ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ପହଞ୍ଚିବେ।”

ଇଣ୍ଡିଆନ ଏୟାର ଲାଇନ୍‌ର ଜଣେ କମାଣ୍ଡର କହିଛନ୍ତି,“ଅକାଶର ନିମ୍ନ ଭାବରେ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରାଯିବାର ଅର୍ଥ ଏହି ଅଞ୍ଚଳରେ ପାକିସ୍ତାନର ଜେଟ୍‌ ଏକ୍ସରସାଇଜ୍‌ କରିବ। କରାଚୀ ରାଜସ୍ଥାନ ଓ ଗୁଜରାଟ ସୀମା ନିକଟରେ ଥିବା ବେଳେ ଲାହୋର ଜମ୍ମୁ-କଶ୍ମୀର ଓ ପଞ୍ଜାବ ସୀମା ନିକଟରେ ରହିଛି। ତେଣୁ ପାକିସ୍ତାନ ଏହି ଦୁଇ ସହର ଉପରେ ବିଦେଶୀ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରିଛି।”

Related story