ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନକୁ ଚୀନ୍‌ ଯୋଗାଉଛି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ନିଜକୁ ଆତଙ୍କବାଦ ପୀଡିତ ବୋଲି ଯେତେ କହିଲେ ବି ପାକିସ୍ତାନ ବାରମ୍ବାର ବିଶ୍ୱ ଦରବାରରେ ସବୁବେଳେ ନିନ୍ଦିତ ହୋଇଛି। ପାକିସ୍ତାନ ଓ ଆତଙ୍କବାଦ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଏହା ସମସ୍ତେ ଜାଣନ୍ତି। ଖାସ୍‌କରି ପାକିସ୍ତାନୀ ସେନା ଆତଙ୍କବାଦକୁ ଢ଼ାଲ କରି ଭାରତ ଓ ଅନ୍ୟ ଦେଶ ବିରୋଧରେ ରଚୁଛି ଷଡଯନ୍ତ୍ର। ଏଥିରେ ସାଥ୍‌ ଦେଉଛି ପାକିସ୍ତାନର କଥାକଥିତ ବନ୍ଧୁ ଚୀନ୍‌। ଏପରି ଏକ ନୂଆ ଖବର ଜଣାପଡ଼ିଛି। ଗୁଇନ୍ଦା ରିପୋର୍ଟ ଅନୁସାରେ ପାକିସ୍ତାନୀ ସେନା […]

pakistan

Rakesh Mallick
  • Published: Monday, 11 December 2017
  • , Updated: 11 December 2017, 01:17 PM IST

ନୂଆଦିଲ୍ଲୀ: ନିଜକୁ ଆତଙ୍କବାଦ ପୀଡିତ ବୋଲି ଯେତେ କହିଲେ ବି ପାକିସ୍ତାନ ବାରମ୍ବାର ବିଶ୍ୱ ଦରବାରରେ ସବୁବେଳେ ନିନ୍ଦିତ ହୋଇଛି। ପାକିସ୍ତାନ ଓ ଆତଙ୍କବାଦ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଏହା ସମସ୍ତେ ଜାଣନ୍ତି। ଖାସ୍‌କରି ପାକିସ୍ତାନୀ ସେନା ଆତଙ୍କବାଦକୁ ଢ଼ାଲ କରି ଭାରତ ଓ ଅନ୍ୟ ଦେଶ ବିରୋଧରେ ରଚୁଛି ଷଡଯନ୍ତ୍ର। ଏଥିରେ ସାଥ୍‌ ଦେଉଛି ପାକିସ୍ତାନର କଥାକଥିତ ବନ୍ଧୁ ଚୀନ୍‌। ଏପରି ଏକ ନୂଆ ଖବର ଜଣାପଡ଼ିଛି। ଗୁଇନ୍ଦା ରିପୋର୍ଟ ଅନୁସାରେ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଚୀନ୍‌ ପାଖରୁ କିଣୁଛି। ଚୀନଠାରୁ ପ୍ରାୟ ୨୪୯୬  ଗ୍ରାଉଣ୍ଡ ବେସ୍‌ ଲଞ୍ଚର କିଣିଛି ପାକିସ୍ତାନ। ଏଥି ମଧ୍ୟରେ କିଛି ଭୟଙ୍କର ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି। ଯାହାକୁ ଆତଙ୍କବାଦୀଙ୍କ ମାଧ୍ୟମରେ ପାକିସ୍ତାନୀ ସେନା ଭାରତ ବିରୋଧରେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି।

ଗୁଇନ୍ଦା ଖବର ଅନୁସାରେ ପାକିସ୍ତାନ ଭାରତୀୟ ସୀମା ଉପରକୁ ଗ୍ରେନେଡ୍‌ ଓ ରକେଟ୍‌ ମାଡ଼ କରିବାକୁ ବ୍ୟବହାର କରୁଥିବା ଲଞ୍ଚର୍‌ କ୍ୟାଟାଗୋରୀ ଯାହାକୁ ଆତଙ୍କବାଦୀଙ୍କୁ ଦେବା ପାଇଁ ଚୀନ ପାଖରୁ କିଣିଛି। ପାକିସ୍ତାନ କିଣିଥିବା ଏହି ସମସ୍ତ ଅସ୍ତ୍ରଶସ୍ତ୍ରର ତାଲିକା ନିଜ ପାଖରେ ଥିବା ଜାତୀୟ ଗଣମାଧ୍ୟମ ଆଜ୍‌ ତକ୍‌ ଦାବି କରିଛି।

ରିପୋର୍ଟ ଅନୁସାରେ ପାକିସ୍ତାନ କିଣିଥିବା ଅସ୍ତ୍ରଶସ୍ତ୍ରଗୁଡିକ ହେଲା, ୨୪୯୬ ଗ୍ରାଉଣ୍ଡ ବେସ୍‌ ଲଞ୍ଚର। ୧୫ UAV (Wing Loong)। ଏହି ଡ୍ରୋନ୍ସକୁ ଚାଇନିଜ୍‌ କିଲର ଡ୍ରୋନ୍‌ ମଧ୍ୟ କୁହାଯାଇଥାଏ।

ପାକିସ୍ତାନ ଚୀନ ଠାରୁ ସର୍ଭିଲାନ୍ସ ସିଷ୍ଟମ୍ ମଧ୍ୟ କିଣିଛି। ନେଭିଙ୍କ ପାଇଁ ପାକିସ୍ତାନ ୦୫୪ AP ‘ଫ୍ରିଗେଟ୍‌’ କିଣିଛି। ଏହା ଏକ ଭୟଙ୍କର ପାଣି ଜାହାଜ।

ଏହି ଅସ୍ତ୍ରଶସ୍ତ୍ର ସହ ପାକିସ୍ତାନ ହଂକଂର ଏକ କମ୍ପାନୀଠାରୁ ଶୀତଦିନେ ବ୍ୟବହାର କରାଯାଉଥିବା ପୋଷାକ ସେନାଙ୍କ ପାଇଁ କିଣିଛି। ଗୁଇନ୍ଦା ସୂଚନା ଅନୁସାରେ ପାକିସ୍ତାନ Mitten Glovesର ଆଉ ଏକ ଅଡ୍‌ର ଦେଇଛି।

Related story