ବେଲୁଚିସ୍ତାନର ଦରଗାହରେ ଆତ୍ମଘାତି ବିସ୍ଫୋରଣ: ୧୪ ମୃତ, ୨୨ ଆହତ

ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନରେ ଥିବା ଏକ ସିହା ଦରଗାହରେ ଆତ୍ମଘାତି ବିସ୍ଫୋରଣ ଘଟି ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୨ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କିଛି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବା ଜଣେ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି। ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତି, ଆକ୍ରମଣକାରୀଙ୍କୁ ସୁରକ୍ଷାକର୍ମୀ ଚିହ୍ନ ନେଇଥିଲେ। ତାଙ୍କୁ ଦରଗାହ ଭିତରକୁ ଯିବାକୁ ସୁରକ୍ଷା କର୍ମୀମାନେ ଅଟକାଇବାରୁ […]

pakistan

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 09:32 PM IST

ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନରେ ଥିବା ଏକ ସିହା ଦରଗାହରେ ଆତ୍ମଘାତି ବିସ୍ଫୋରଣ ଘଟି ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୨ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କିଛି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବା ଜଣେ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି।

ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତି, ଆକ୍ରମଣକାରୀଙ୍କୁ ସୁରକ୍ଷାକର୍ମୀ ଚିହ୍ନ ନେଇଥିଲେ। ତାଙ୍କୁ ଦରଗାହ ଭିତରକୁ ଯିବାକୁ ସୁରକ୍ଷା କର୍ମୀମାନେ ଅଟକାଇବାରୁ ସେ ନିଜକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ। ମୃତକଙ୍କ ମଧ୍ୟରେ ଜଣେ କନଷ୍ଟେବଳ ଅଛନ୍ତି।

ବେଲୁଚିସ୍ତାନର ଗୃହମନ୍ତ୍ରୀ ସରଫରାଜ ବୁଗତି କହିଛନ୍ତି, ବିସ୍ଫୋରଣ ଖବର ମିଳିବା ମାତ୍ରେ ଏହାସହ ସମ୍ବନ୍ଧିତ ଅଧିକାରୀଙ୍କୁ ଘଟଣା ସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୁରକ୍ଷାକର୍ମୀ ଅଞ୍ଚଳରେ ଘେରାବନ୍ଦୀ କରି ଯାଞ୍ଚ କରୁଛନ୍ତି।

Related story