ନୌସେରାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ

ଜମ୍ମୁ: ପାକିସ୍ତାନୀ ରେଞ୍ଜର୍ସ ପୁଣି ଥରେ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଆଜି ସକାଳ ପାଞ୍ଚଟାରେ ନୌସେରା ସେକ୍ଟରରେ ଚାରୋଟି ଭାରତୀୟ ସେନା କ୍ୟାମ୍ପ ଉପରେ ପାକିସ୍ତାନ ଗୁଳି ବର୍ଷଣ କରିଛି। ଭାରତୀୟ ସେନା ମଧ୍ୟ ପାକିସ୍ତାନକୁ ଏହାର କଡ଼ା ଜବାବ ଦେଇଛି। ଏହି ଗୁଳିବିନିମୟରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡିଛି। ପାକିସ୍ତାନ ତରଫରୁ କଲୋର ଏବଂ ଜଙ୍ଗଲ ପୋଷ୍ଟରୁ ଗୁଳି ବର୍ଷଣ କରାଯାଇଛି। ଗୁଳି ବ୍ୟତୀତ ମୋଟାର ସେଲର ମଧ୍ୟ […]

pakistan

Rakesh Mallick
  • Published: Sunday, 16 October 2016
  • , Updated: 16 October 2016, 04:05 PM IST

ଜମ୍ମୁ: ପାକିସ୍ତାନୀ ରେଞ୍ଜର୍ସ ପୁଣି ଥରେ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଆଜି ସକାଳ ପାଞ୍ଚଟାରେ ନୌସେରା ସେକ୍ଟରରେ ଚାରୋଟି ଭାରତୀୟ ସେନା କ୍ୟାମ୍ପ ଉପରେ ପାକିସ୍ତାନ ଗୁଳି ବର୍ଷଣ କରିଛି। ଭାରତୀୟ ସେନା ମଧ୍ୟ ପାକିସ୍ତାନକୁ ଏହାର କଡ଼ା ଜବାବ ଦେଇଛି। ଏହି ଗୁଳିବିନିମୟରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡିଛି। ପାକିସ୍ତାନ ତରଫରୁ କଲୋର ଏବଂ ଜଙ୍ଗଲ ପୋଷ୍ଟରୁ ଗୁଳି ବର୍ଷଣ କରାଯାଇଛି। ଗୁଳି ବ୍ୟତୀତ ମୋଟାର ସେଲର ମଧ୍ୟ ବ୍ୟବହାର କରାଯାଇଛି।

ପାକିସ୍ତାନ ତରଫରୁ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ବଢ଼ିବାରେ ଲାଗିଛି। ପିଓକେରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ପରଠାରୁ ଜମ୍ମୁ-କାଶ୍ମୀରରେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ଓ ଆକ୍ରମଣ ବଢ଼ିଯାଇଛି। ୧୪ ଅକ୍ଟୋବରରେ ଶ୍ରୀନଗରର ବାହାର ଅଞ୍ଚଳରେ ଆତଙ୍କବାଦୀମାନେ ଏସଏସବି ଠାରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ଶହିଦ ହୋଇଥିବା ବେଳେ ଅନ୍ୟ ଆଠ ଜଣ ଯବାନ ଆହତ ହୋଇଥିଲେ।

Related story