ପାକିସ୍ତାନର ଆଖିବୁଜା ଗୁଳି ବର୍ଷା: ଦୁଇ ବିଏସ୍‌ଏଫ୍ ଯବାନ ସହିଦ

ନୂଆଦିଲ୍ଲୀ: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ। ଜମ୍ମୁରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନା ପକ୍ଷରୁ ଆଜି ଭୋରରେ ଆଖିବୁଜା ଗୁଳିମାଡ଼ କରାଯାଇଥିଲା। ଏଥିରେ ବିଏସ୍ଏଫ୍‌ର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ  ଏଏସ୍‌ଆଇ ଏସ୍‌ଏନ୍‌ ଯାଦବ ଓ କନଷ୍ଟେବଳ ଭି.କେ ପାଣ୍ଡେ। ଭାରତ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା। ଜମ୍ମୁର ଅଖନୁର ସେକ୍ଟର ପ୍ରଗଓ୍ୱଲ୍ ଅଞ୍ଚଳରେ ବିଏସ୍ଏଫ୍ ପୋଷ୍ଟକୁ ଟାର୍ଗେଟ କରି ପାକ୍ ରେଞ୍ଜର୍ସ ଆଖିବୁଜା ଗୁଳି ଚଳାଇ ଥିଲେ। […]

cease_1527993014_618x347

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 12:01 PM IST

ନୂଆଦିଲ୍ଲୀ: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ। ଜମ୍ମୁରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନା ପକ୍ଷରୁ ଆଜି ଭୋରରେ ଆଖିବୁଜା ଗୁଳିମାଡ଼ କରାଯାଇଥିଲା। ଏଥିରେ ବିଏସ୍ଏଫ୍‌ର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ  ଏଏସ୍‌ଆଇ ଏସ୍‌ଏନ୍‌ ଯାଦବ ଓ କନଷ୍ଟେବଳ ଭି.କେ ପାଣ୍ଡେ। ଭାରତ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା।

ଜମ୍ମୁର ଅଖନୁର ସେକ୍ଟର ପ୍ରଗଓ୍ୱଲ୍ ଅଞ୍ଚଳରେ ବିଏସ୍ଏଫ୍ ପୋଷ୍ଟକୁ ଟାର୍ଗେଟ କରି ପାକ୍ ରେଞ୍ଜର୍ସ ଆଖିବୁଜା ଗୁଳି ଚଳାଇ ଥିଲେ।  ଏଥିରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଗତ ୨୯ ତାରିଖରେ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ସଂପର୍କରେ ଡିଜିଏମ୍‌ଓ (ଡାଇରେକ୍ଟର ଜେନେରାଲ ଅଫ୍ ମିଲିଟାରୀ ଅପରେସନ୍) ସ୍ତରରେ ଆଲୋଚନା ହୋଇଥିଲା। ବୈଠକରେ ଅସ୍ତ୍ରବିରତି ନେଇ ୨୦୦୩ର ଚୁକ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଭୟ ଦେଶ ରାଜି ହୋଇଥିଲେ। ତେବେ ଏହି ଆଲୋଚନାକୁ ସପ୍ତାହେ ନ ପୂରୁଣୁ ପାକିସ୍ତାନ ପୁଣି ଅସ୍ତ୍ରବିରତି ଚୁକ୍ତି ଉଲ୍ଲଂଘନ କରିଛି।

Related story