ଭାରତରେ ନିଶା ସାମ୍ରାଜ୍ୟ ବିସ୍ତାର ପାଇଁ ଚୀନ୍‌ର ଚକ୍ରାନ୍ତ: ଢାଲ ସାଜିଛି ପାକିସ୍ତାନ

ଜାମ୍ମୁ-କାଶ୍ମୀର ଠାରୁ ଆରମ୍ଭ କରି ସିକିମ ବର୍ଡର ପର୍ଯ୍ୟନ୍ତ ଚୀନ୍‌ ଓ ପାକିସ୍ତାନର ଭାରତ ବିରୁଦ୍ଧରେ ଷଡଯନ୍ତ୍ର ଆଉ ଲୁଚି ରହିନାହିଁ। ଏପରିସ୍ଥିତିରେ ଚୀନ୍‌ ଭାରତ ବିରୁଦ୍ଧରେ ଚଳାଇଥିବା ଆଉ ଏକ ଷଡଯନ୍ତ୍ର ସାମ୍ନାକୁ ଆସିଛି। ଏହି ଷଡଯନ୍ତ୍ର ସମୁଦ୍ର ଜରିଆରେ କରାଯାଉଛି। ଭାରତରେ ନିଶା କାରବାର ପାଇଁ ଚୀନ୍‌ ପାକିସ୍ତାନର ଗ୍ୱାଦର ବନ୍ଦରକୁ ବ୍ୟବହାର କରୁଛି। ପାକିସ୍ତାନର ଏହି ବନ୍ଦର ଉପରେ ଚୀନ୍‌ର ନିୟନ୍ତ୍ରଣ ରହିଛି। ସେଠାରୁ ଭାରତକୁ ବହୁ ପରିମାଣରେ ଡ୍ରଗ୍ସ୍ ପଠାଇବାର ଷଡଯନ୍ତ୍ର […]

sea

Rakesh Mallick
  • Published: Friday, 04 August 2017
  • , Updated: 04 August 2017, 05:16 PM IST

ଜାମ୍ମୁ-କାଶ୍ମୀର ଠାରୁ ଆରମ୍ଭ କରି ସିକିମ ବର୍ଡର ପର୍ଯ୍ୟନ୍ତ ଚୀନ୍‌ ଓ ପାକିସ୍ତାନର ଭାରତ ବିରୁଦ୍ଧରେ ଷଡଯନ୍ତ୍ର ଆଉ ଲୁଚି ରହିନାହିଁ। ଏପରିସ୍ଥିତିରେ ଚୀନ୍‌ ଭାରତ ବିରୁଦ୍ଧରେ ଚଳାଇଥିବା ଆଉ ଏକ ଷଡଯନ୍ତ୍ର ସାମ୍ନାକୁ ଆସିଛି। ଏହି ଷଡଯନ୍ତ୍ର ସମୁଦ୍ର ଜରିଆରେ କରାଯାଉଛି। ଭାରତରେ ନିଶା କାରବାର ପାଇଁ ଚୀନ୍‌ ପାକିସ୍ତାନର ଗ୍ୱାଦର ବନ୍ଦରକୁ ବ୍ୟବହାର କରୁଛି। ପାକିସ୍ତାନର ଏହି ବନ୍ଦର ଉପରେ ଚୀନ୍‌ର ନିୟନ୍ତ୍ରଣ ରହିଛି। ସେଠାରୁ ଭାରତକୁ ବହୁ ପରିମାଣରେ ଡ୍ରଗ୍ସ୍ ପଠାଇବାର ଷଡଯନ୍ତ୍ର ହୋଇଥିବା ଜଣାପଡିଛି।

ଭାରତରେ ନିଶା କାରବାର ବଢାଇବା ଓ ଭାରତୀୟଙ୍କୁ ନିଶାଡି କରି ଅର୍ଥ ଉପାର୍ଜନ ପାଇଁ ଏପରି ଯୋଜନା ଚଲାଇଛି ଚୀନ୍‌। ଆଉ ଏଥିରେ ପୂରା ସହୟୋଗ କରୁଛି ପାକିସ୍ତାନ।

ଦୁଇଦିନ ପୂର୍ବେ ଭାରତୀୟ କୋଷ୍ଟ ଗାର୍ଡ ଗୁଜରାଟରେ ଡ୍ରଗ୍ସ ଚୋର ଚାଲାଣ ଘଟଣାର ତଦନ୍ତ କରିଥିଲେ। କୋଷ୍ଟଗାର୍ଡ ଟିମ ଏକ ବିଦେଶୀ ଜାହାଜରୁ ଡ୍ରଗ୍ସ ପାଇଥିଲେ। ସମୁଦ୍ର ମାଧ୍ୟମରେ ଡ୍ରଗ୍ସ ଚୋରାଚାଲାଣର ଏହା ସବୁଠାରୁ ବଡ ମାମଲା। ଜାହାଜରୁ ୧୫୦୦ କିଲୋ ଡ୍ରଗ୍ସ ଜବତ କରାଯାଇଛି।  ଏହାର ମୂଲ୍ୟ ୩ ହଜାର କୋଟି ଟଙ୍କାରୁ ଅଧିକ ହେବ।

ମିଡିଆ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଡ୍ରଗ୍ସ ପାକିସ୍ତାନର ଗ୍ୱାଦର ବନ୍ଦରରୁ ଲୋଡ ହୋଇ ଆବୁଧାବି ହୋଇ ଭାରତ ପହଞ୍ଚେ। ଜାହାଜରେ ୨ଜଣ ପାକିସ୍ତାନୀ ମଧ୍ୟ ଥିଲେ। କିନ୍ତୁ ଭାରତ ଆସିବା ପୂର୍ବରୁ ସେମାନଙ୍କୁ ରାସ୍ତାରେ ଓହ୍ଲାଇ ଦିଆଯାଇଥିଲା।

ଇରାନରୁ ଆସୁଥିବା ବିଦେଶୀ ଜାହାଜ ହେନରୀ (ପ୍ରିନ୍ସ-୨ ନାମରେ ମଧ୍ୟ ପରିଚିତ) ରବିବାର ଗୁଜରାଟର ପୋର ବନ୍ଦରଠାରେ ଆସି ପହଞ୍ଚିଥିଲା। ଏହା ଏକ ପାନାମା ନ୍ୟାସନାଲ ଜାହାଜ। କୋଷ୍ଚ ଗାର୍ଡକୁ ଗୁଇନ୍ଦା ବିଭାଗରୁ ଖବର ମିଳିଥିଲା ଯେ, ବିଦେଶୀ ଜାହାଜ ହେନରୀ ମାଧ୍ୟମରେ ଡ୍ରଗ୍ସର ଚୋରା ଚାଲାଣ ହେଉଛି। ଏହାପରେ କୋଷ୍ଟ ଗାର୍ଡ ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ।

Related story