ପାକିସ୍ତାନର ନୂଆ କୁଖ୍ୟାତି, ସିପେକ୍ ଅର୍ଥ ହେରଫେର ଅଭିଯୋଗ

ନୂଆଦିଲ୍ଲୀ: ଚାଇନା-ପାକିସ୍ତାନର ସବୁଠାରୁ ବଡ଼ ମିଳିତ ପ୍ରକଳ୍ପ ଚାଇନା-ପାକିସ୍ତାନ ଅର୍ଥନୀତି କରିଡରକୁ ନେଇ ନୂଆ ବିବାଦରେ ଫସିଛି ପାକିସ୍ତାନ। ଆଉ ଏଭଳି ଅଭିଯୋଗ ଆସିଛି ଠିକ୍ ଦ୍ବିତୀୟ ବେଲ୍ଟ ଆଣ୍ଡ ରୋଡ୍ (ବିଆରଆଇ) ସମ୍ମିଳନୀର ପୂର୍ବରୁ। ଅଭିଯୋଗ ଆସିଛି ବିଆରଆଇ ଅଧୀନରେ ସିପେକ୍ ମିଳିତ ପ୍ରକଳ୍ପ ବାବଦକୁ ଥିବା ୨,୪୦୦ କୋଟି ଟଙ୍କାକୁ ପାକିସ୍ତାନ ଅନ୍ୟ ପ୍ରକଳ୍ପରେ ନିବେଶ କରିଦେଇଛି। ଚାଇନା ଏହି ପ୍ରକଳ୍ପ ପାଇଁ ମୋଟ ୬୨ ବିଲିଅନ୍ ଡଲାର ନିବେଶ କରିବାକୁ ଥିବାବେଳେ ପାକିସ୍ତାନ […]

cpec

cpec

Subrat Kumar Nayak
  • Published: Monday, 01 April 2019
  • Updated: 01 April 2019, 08:18 PM IST

ନୂଆଦିଲ୍ଲୀ: ଚାଇନା-ପାକିସ୍ତାନର ସବୁଠାରୁ ବଡ଼ ମିଳିତ ପ୍ରକଳ୍ପ ଚାଇନା-ପାକିସ୍ତାନ ଅର୍ଥନୀତି କରିଡରକୁ ନେଇ ନୂଆ ବିବାଦରେ ଫସିଛି ପାକିସ୍ତାନ। ଆଉ ଏଭଳି ଅଭିଯୋଗ ଆସିଛି ଠିକ୍ ଦ୍ବିତୀୟ ବେଲ୍ଟ ଆଣ୍ଡ ରୋଡ୍ (ବିଆରଆଇ) ସମ୍ମିଳନୀର ପୂର୍ବରୁ। ଅଭିଯୋଗ ଆସିଛି ବିଆରଆଇ ଅଧୀନରେ ସିପେକ୍ ମିଳିତ ପ୍ରକଳ୍ପ ବାବଦକୁ ଥିବା ୨,୪୦୦ କୋଟି ଟଙ୍କାକୁ ପାକିସ୍ତାନ ଅନ୍ୟ ପ୍ରକଳ୍ପରେ ନିବେଶ କରିଦେଇଛି।

ଚାଇନା ଏହି ପ୍ରକଳ୍ପ ପାଇଁ ମୋଟ ୬୨ ବିଲିଅନ୍ ଡଲାର ନିବେଶ କରିବାକୁ ଥିବାବେଳେ ପାକିସ୍ତାନ ବାଟମାରଣା କରିଥିବା ଅର୍ଥ ଏହାର ଏକ ବୃହତ ଅଂଶ। ଅନ୍ୟପକ୍ଷରେ ପାକିସ୍ତାନର ଯୋଜନା ଓ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨,୪୦୦ କୋଟି ଟଙ୍କାର ପ୍ରକଳ୍ପ ବାବଦରେ ଏକ ନିର୍ଦ୍ଦେଶ ଦିଆଯାଇଛି, ଯାହାକି ସ୍ଥାନୀୟ ବିଧାୟକଙ୍କ ଦ୍ବାରା କାର୍ଯ୍ୟକାରୀ ହେବ। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ କାର୍ଯ୍ୟକ୍ରମ ଅଧୀନରେ ଏହି ଅର୍ଥ ନିବେଶ ହେବ ବୋଲି ଜଣାପଡ଼ିଛି।

ବିଶେଷ ସୂତ୍ରରୁ ଜଣାଯାଇଛି, ଏହି ଅର୍ଥରେ ହେବାକୁ ଥିବା ପ୍ରକଳ୍ପ ବାବଦରେ ସ୍ଥାନୀୟ ବିଧାୟକମାନେ ନିଷ୍ପତ୍ତି ନେବାକୁ ଥିବାରୁ ଏହା ପାକ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ତେହରିକ୍-ଏ-ଇନସାଫ ବିଧାୟକମାନଙ୍କୁ ସିଧାସଳଖ ଫାଇଦା ଦେବ। ଏହା ବିଧାୟକ ତୁଷ୍ଟିକରଣ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଛି। ଏହାକୁ ଆହୁରି ସ୍ପଷ୍ଟ କରି ବିରୋଧୀ ଦଳ ନେତା ଫଜି-ଉର୍-ରେହମାନ୍ କହିଛନ୍ତି, ବିଆରଆଇ ବାବଦକୁ ଆସିଥିବା ୨୭୦୦ କୋଟି ଟଙ୍କାରୁ ୨୪୦୦ କୋଟି ଟଙ୍କା ଅନ୍ୟ ପ୍ରକଳ୍ପରେ ଲଗାଇ ସରକାର ଚୋରି ଅପରାଧ କରିଛନ୍ତି।

ଇମ୍ରାନ୍ ଖାନ୍ ପାକିସ୍ତାନ ପ୍ରଧାନଦମନ୍ତ୍ରୀ ଦାୟିତ୍ବ ନେବାପରେ ହିଁ ସିପେକ୍ ସମସ୍ୟା ବଢ଼ିଛି। ତାଙ୍କ କ୍ୟାବିନେଟର ଜଣେ ସଦସ୍ୟ ରଜାକ୍ ଦାଉଦଙ୍କ ପୂର୍ବରୁ ଦାବି କରିଥିଲେ ଏହି ପ୍ରକଳ୍ପକୁ ବର୍ଷେ ପାଇଁ ସ୍ଥଗିତ ରଖାଯାଉ। ଏହା ପାକିସ୍ତାନୀଙ୍କୁ କିଛି ବି ଫାଇଦା ଦେଉନି ବୋଲି ସେ ଉଲ୍ଲେଖ କରିଥିଲେ। ସିନ୍ଧ ପ୍ରଦେଶ ଏହାଦ୍ବାରା ବେଶି ପ୍ରଭାବିତ ହେଉଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ଶରିଫ୍ଙ୍କ ରାଜ୍ୟ ପଞ୍ଜାବର ବ୍ୟବସାୟିକ ସଂସ୍ଥଶ ଏଥିରୁ ବେଶି ଫାଇଦା ପାଇଛନ୍ତି।

ରୁଷର ଏକ ଖବର ସରବରାହ ସଂସ୍ଥା ଦେଇଥିବା ରିପୋର୍ଟରେ ଦର୍ଶାଇଥିଲା ଭାରତ ଦସୀମାକୁ ଲାଗି ଚାଇନା ବୃହତ ପରିମାଣର ସେନା ସିପେକ୍ ପ୍ରକଳ୍ପକୁ ଜଗାଇଛି। ଏହା ହିଁ ଦୁର୍ଦ୍ଦଷ ଆତଙ୍କବାଦୀ ମାସୁଦ୍ ଆଝାରକୁ ବଞ୍ଚାଇବା ପଛର ପ୍ରମୁଖ କାରଣ। ପଶ୍ଚିମ ଏସିଆ ଏବଂ ଆଫ୍ରିକା ସହିତି ବ୍ୟବସାୟିକ ସମ୍ପର୍କ ସୁଦୃଢ଼ କରିବାକୁ ଥିବା ଏହି ପ୍ରକଳ୍ପ ଉପରେ ଆତଙ୍କୀ ଆକ୍ରମଣ ଆଶଙ୍କା ରହିଥିବାରୁ ଚାଇନା ଏକ୍ଷେତ୍ରରେ ବଶ ସତର୍କତା ଅବଲମ୍ବନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story