ପାକିସ୍ତାନ ସହ ଆମ ବନ୍ଧୁତ୍ୱ ମହୁ ପରି ମିଠା, ଲୁହା ପରି ଶକ୍ତ: ଚୀନ

ବେଞ୍ଜିଂ: ସବୁବେଳେ ପାକିସ୍ତାନ ସହ ଛିଡା ହୋଇଥାଏ ଚୀନ। ସେ ଆତଙ୍କବଦକୁ ନେଇ ହେଉ ଅବା ଅନ୍ୟ କୌଣସି କାରଣ। ଚୀନ୍‌ର ପାକିସ୍ତାନ ପ୍ରତି ଏତେ ଦରଦପଣିଆ କାହିଁକି ସାରା ବିଶ୍ୱ ଜାଣିଛି। ଏବେ ଚୀନ୍‌ର କମ୍ୟୁନିଷ୍ଟ ସରକାରଙ୍କ ବୈଦେଶିକ ବିଭାଗର ଉପମନ୍ତ୍ରୀ ଗୁଓ ଜୋଓ ଏହା ଉପରେ ବିଧିବଦ୍ଧ ମୋହର ଲଗାଇଛନ୍ତି। ଶନିବାର ପାର୍ଟି କଂଗ୍ରେସରେ ପାକିସ୍ତାନକୁ ନିଜର ପ୍ରକୃତ ବନ୍ଧୁ ବୋଲି ସେ କହିଛନ୍ତି। ଏଥିରେ ସେ ପାକିସ୍ତାନ ସହ ସମ୍ପର୍କକୁ ମହୁ ଓ […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 01:28 PM IST

ବେଞ୍ଜିଂ: ସବୁବେଳେ ପାକିସ୍ତାନ ସହ ଛିଡା ହୋଇଥାଏ ଚୀନ। ସେ ଆତଙ୍କବଦକୁ ନେଇ ହେଉ ଅବା ଅନ୍ୟ କୌଣସି କାରଣ। ଚୀନ୍‌ର ପାକିସ୍ତାନ ପ୍ରତି ଏତେ ଦରଦପଣିଆ କାହିଁକି ସାରା ବିଶ୍ୱ ଜାଣିଛି। ଏବେ ଚୀନ୍‌ର କମ୍ୟୁନିଷ୍ଟ ସରକାରଙ୍କ ବୈଦେଶିକ ବିଭାଗର ଉପମନ୍ତ୍ରୀ ଗୁଓ ଜୋଓ ଏହା ଉପରେ ବିଧିବଦ୍ଧ ମୋହର ଲଗାଇଛନ୍ତି। ଶନିବାର ପାର୍ଟି କଂଗ୍ରେସରେ ପାକିସ୍ତାନକୁ ନିଜର ପ୍ରକୃତ ବନ୍ଧୁ ବୋଲି ସେ କହିଛନ୍ତି। ଏଥିରେ ସେ ପାକିସ୍ତାନ ସହ ସମ୍ପର୍କକୁ ମହୁ ଓ ଲୁହା ସହ ତୁଳନା କରିଛନ୍ତି। ସେ କହିଛନ୍ତି ପାକିସ୍ତାନ ସହ ଚୀନ୍‌ର ସମ୍ପର୍କ ମହୁ ପରି ମିଠା ଓ ଲୁହା ପରି ଶକ୍ତି।

ସୂଚନାଯୋଗ୍ୟ, ପ୍ରତି ୫ ବର୍ଷରେ କମ୍ୟୁନିଷ୍ଟ ପାର୍ଟିର ଏହି କାର୍ଯ୍ୟକ୍ରମ ହୋଇଥାଏ। ଏହା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ। ଏହି ଅବସରରେ ରାଷ୍ଟ୍ରପତିଙ୍କ ୫ ବର୍ଷିୟ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ନୂଆ ନେତାଙ୍କୁ ଚୟନ କରାଯିବ। ଏହି କାର୍ଯ୍ୟକ୍ରମ ଗତ ୧୮ ତାରିଖରୁ ଆରମ୍ଭ ହୋଇଛି ଓ ଆସନ୍ତା ୨୪ ତାରିଖରେ ସରିବ।

Related story