ପାକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତା ସରତାଜ ଅଜିଜ୍ ଅଗଷ୍ଟ ୨୩ରେ ଭାରତ ଆସିବେ

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସୁରକ୍ଷା ଓ ବୈଦେଶିକ ପରାମର୍ଶଦାତା ସରତାଜ ଅଜିଜ୍ ଅଗଷ୍ଟ ୨୩ରେ ତାରିଖରେ ଭାରତ ଆସିବେ। ଏହି ଗସ୍ତ ବେଳେ ସେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିଜ୍ ଡୋଭାଲଙ୍କ ସହିତ ଆଲୋଚନା କରିବେ। ଗୁରୁବାର ନିଜେ ସରତାଜ ଅଜିଜ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ସରକାରଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବେଲାରୁଷରୁ ଫେରିବା ପରେ ଏହି ଗସ୍ତ […]

pakistan-jatiya-surakhya-paramarsha-data-sartaj-aziz-august-23-re-india-asibe

Rakesh Mallick
  • Published: Thursday, 13 August 2015
  • , Updated: 04 May 2017, 03:45 PM IST

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସୁରକ୍ଷା ଓ ବୈଦେଶିକ ପରାମର୍ଶଦାତା ସରତାଜ ଅଜିଜ୍ ଅଗଷ୍ଟ ୨୩ରେ ତାରିଖରେ ଭାରତ ଆସିବେ। ଏହି ଗସ୍ତ ବେଳେ ସେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିଜ୍ ଡୋଭାଲଙ୍କ ସହିତ ଆଲୋଚନା କରିବେ। ଗୁରୁବାର ନିଜେ ସରତାଜ ଅଜିଜ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ସରକାରଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବେଲାରୁଷରୁ ଫେରିବା ପରେ ଏହି ଗସ୍ତ ନେଇ ଅନୁମତି ଦେଇଥିଲେ ବୋଲି ଜଣାପଡିଛି। ଅବଶ୍ୟ ଗତ ସପ୍ତାହରେ ସରତାଜ ଅଜିଜ୍ କହିଥିଲେ ଯେ ଭାରତ ସହିତ ଆଲୋଚନା କରିବା ପାଇଁ ପାକିସ୍ତାନ ଏଜେଣ୍ଡା ପ୍ରସ୍ତୁତ କରୁଛନ୍ତି।

Related story