ପାକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଗସ୍ତ ପୂର୍ବରୁ ବିଚ୍ଛିନ୍ନତାବାଦୀଙ୍କୁ ଗୃହବନ୍ଦୀ କଲେ, ୨ ଘଣ୍ଟା ପରେ ଛାଡ଼ି ଦେଲେ

ନୂଆଦିଲ୍ଲୀ: ଅଗଷ୍ଟ ୨୩ ତାରିଖରେ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ସରତାଜ୍ ଅଜିଜ୍ ଭାରତ ଗସ୍ତ ଆସୁଥିବା ବେଳେ ତା’ପୂର୍ବରୁ ଗୁରୁବାର ଜମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଗୃହବନ୍ଦୀ କରାଯାଇଥିଲା।  ନୂଆଦିଲ୍ଲୀରେ ସରତାଜଙ୍କ ସହିତ ଆଲୋଚନା କରିବାକୁ ବିଚ୍ଛିନ୍ନତାବାଦୀ ନେତାଙ୍କୁ ନିମନ୍ତ୍ରଣ କରିଛି ପାକିସ୍ତାନ। ସେହ ପରିପ୍ରେକ୍ଷୀରେ ଏହି ନେତାମାନଙ୍କୁ ଜମ୍ମୁ ଓ କାଶ୍ମୀର ସରକାର ଗୃହବନ୍ଦୀ କରିଥିଲେ ବୋଲି କୁହାଯାଉଛି। ତେବେ ଗୃହବନ୍ଦୀ କରାଯିବାର ୨ ଘଣ୍ଟା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ହୁରିୟାତ […]

separists

Rakesh Mallick
  • Published: Thursday, 20 August 2015
  • , Updated: 20 August 2015, 09:04 AM IST

ନୂଆଦିଲ୍ଲୀ: ଅଗଷ୍ଟ ୨୩ ତାରିଖରେ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ସରତାଜ୍ ଅଜିଜ୍ ଭାରତ ଗସ୍ତ ଆସୁଥିବା ବେଳେ ତା’ପୂର୍ବରୁ ଗୁରୁବାର ଜମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଗୃହବନ୍ଦୀ କରାଯାଇଥିଲା।  ନୂଆଦିଲ୍ଲୀରେ ସରତାଜଙ୍କ ସହିତ ଆଲୋଚନା କରିବାକୁ ବିଚ୍ଛିନ୍ନତାବାଦୀ ନେତାଙ୍କୁ ନିମନ୍ତ୍ରଣ କରିଛି ପାକିସ୍ତାନ। ସେହ ପରିପ୍ରେକ୍ଷୀରେ ଏହି ନେତାମାନଙ୍କୁ ଜମ୍ମୁ ଓ କାଶ୍ମୀର ସରକାର ଗୃହବନ୍ଦୀ କରିଥିଲେ ବୋଲି କୁହାଯାଉଛି। ତେବେ ଗୃହବନ୍ଦୀ କରାଯିବାର ୨ ଘଣ୍ଟା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ହୁରିୟାତ ନେତା ସୟଦ ଅଲ୍ଲୀ ଶାହ ଗୀଲାନିଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଛାଡ଼ି ଦିଆଯାଇଛି। ତାଙ୍କୁ ବହୁ ଦିନରୁ ଗୃହମନ୍ଦୀ କରି ରଖାଯାଇଛି। ବିଚ୍ଛିନ୍ନତାବାଦୀ ନେତାଏ ସରତାଜଙ୍କ ସାକ୍ଷାତ କରିବେ ବୋଲି କହିଛନ୍ତି।

ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନର ଏକ ଗୋଷ୍ଠୀ ଭାରତ ସହିତ  ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ ଆଲୋଚନା ଚାହୁଁନାହିଁ। ଏହାକୁ ଭଣ୍ଡୁର କରିବା ପାଇଁ ପାକ୍ ସେନା ଓ ଆଇଏସଆଇ ସେଠାକାର ସରକାରଙ୍କ ଉପରେ ଚାପ ପକାଇ ସରତାଜଙ୍କ ସହିତ ଆଲୋଚନା କରିବାକୁ ବିଚ୍ଛିନ୍ନତାବାଦୀ ନେତାଙ୍କୁ ନିମନ୍ତ୍ରଣ କରିବାକୁ ବାଧ୍ୟ କରିଛି। କାରଣ ଏହି ଗୋଷ୍ଠୀ ଜାଣିଛି ଏମିତି କଲେ ଭାରତ ଆଲୋଚନାରୁ ଓହରିଯିବ। ତେବେ ଭାରତ ଏବେ ଏହି ଆଲୋଚନାକୁ ବାତିଲ କରିବାକୁ ଚାହୁଁନାହିଁ। ତେଣୁ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଗୃହବନ୍ଦୀ କରାଯାଇଥିଲା ବୋଲି ଏହି ବିଶେଷଜ୍ଞମାନେ ମନେ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ଦୁଇ ଦେଶର ବୈଦେଶିକ ସଚିବ ସ୍ତରୀୟ ଆଲୋଚନା ପୂର୍ବରୁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକ୍ ହାଇକମିଶନର୍ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଆମନ୍ତ୍ରଣ କରିଥିଲେ। ଏହାକୁ ନେଇ ଭାରତ କ୍ଷୁବ୍ଧ ହୋଇଥିଲା ଓ ବୈଦେଶିକ ସଚିବ ସ୍ତରୀୟ ଆଲୋଚନାକୁ ବାତିଲ କରି ଦେଇଥିଲା।

Related story