ଜଳିଗଲା ୩ ବଗି, ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନରେ ଟ୍ରେନରେ ନିଆଁ ଲାଗିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬୫ ଛୁଇଁଛି। ୩୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ସକାଳେ ପାକିସ୍ତାନର କରାଚିରୁ ରାଓ୍ଲଲପିଣ୍ଡିକୁ ତେଜଗମ ଏକ୍ସପ୍ରେସ ଯାଉଥିବା ବେଳେ ରହିମ ୟାର ଖାନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। Fire erupted in taiz gaam Express train heading to Rawalpindi from karachi caused several deaths pic.twitter.com/revxTPot5h — yasir […]

train-tragedy

Subhransu Sekhar
  • Published: Thursday, 31 October 2019
  • , Updated: 31 October 2019, 01:57 PM IST

ଇସଲାମାବାଦ: ପାକିସ୍ତାନରେ ଟ୍ରେନରେ ନିଆଁ ଲାଗିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬୫ ଛୁଇଁଛି। ୩୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ସକାଳେ ପାକିସ୍ତାନର କରାଚିରୁ ରାଓ୍ଲଲପିଣ୍ଡିକୁ ତେଜଗମ ଏକ୍ସପ୍ରେସ ଯାଉଥିବା ବେଳେ ରହିମ ୟାର ଖାନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।


ଏହି ଦୈନିକ ଏକ୍ପପ୍ରେସର ବଗିରେ ନିଆଁ ଲାଗିବାର କାରଣ ସାମ୍ନାକୁ ଆସିଛି। ଟ୍ରେନରେ ଥିବା ପାଣ୍ଟ୍ରି କାରର ଏକ ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ କରିଥିଲା। ଏହାପରେ ୩ଟି ବଗିକୁ ନିଆଁ ବ୍ୟାପୀ ଯାଇଥିଲା। ହଠାତ୍ ନିଆଁ ଲାଗିଯିବାରୁ ବଗିରେ ଥିବା ଯାତ୍ରୀମାନେ ଅଣନିଃଶ୍ୱାସୀ ହୋଇଯାଇଥିଲେ। ଏମିତିକି ଅନେକ ଯାତ୍ରୀ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିବାରୁ ଆହତ ହୋଇଛନ୍ତି। ଏବେ ତିନୋଟି ଯାକ ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ସହ ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି।

Related story