ନିଜ ଝିଅକୁ କୋଳରେ ଧରି ଟିଭିରେ ନ୍ୟୁଜ୍ ପଢ଼ିଲେ ଆଙ୍କର: କାରଣ ଜାଣିଲେ ଆପଣ ବି ପ୍ରଶଂସା କରିବେ

Ordigital Desk
  • Published: Thursday, 11 January 2018
  • , Updated: 11 January 2018, 05:39 PM IST
<p>ନୂଆଦିଲ୍ଲୀ: &lsquo;ନିର୍ଭୟା&rsquo; ବଳାତ୍କାର ଘଟଣା ଆପଣମାନେ ଭୁଲି ନଥିବେ। ଏ ଘଟଣାରେ ପୂରା ଦେଶ ଏକ ହୋଇଯାଇଥିଲା ଓ &lsquo;ନିର୍ଭୟା&rsquo;ର ପରିବାରକୁ ନ୍ୟାୟ ଦେବା ପାଇଁ ସ୍ୱର ଉତ୍ତୋଳନ କରିଥିଲା। ଏବେ ଏମିତି କିଛି ଘଟିଛି ପାକିସ୍ତାନରେ। ସେଠାରେ ଜଣେ ୮ ବର୍ଷର ଝିଅକୁ ଅପହରଣ ପରେ ବଳାତ୍କାର କରାଯାଇଛି। ଏ ଘଟଣାକୁ ନେଇ ପୂରା ପାକିସ୍ତାନରେ ଆକ୍ରୋଶ ଦେଖାଯାଇଛି। ଅପରାଧୀକୁ ଅତିଶୀଘ୍ର ଧରି କଠିନରୁ କଠିନ ଦଣ୍ଡ ଦେବା ପାଇଁ ଦାବି ହେଉଛି। ଝିଅଟିକୁ ନ୍ୟାୟ ଦେବା ପାଇଁ ପୂରା ଦେଶ ଏକ &nbsp;ହୋଇଛି। ରାଜରାସ୍ତାରୁ ଆରମ୍ଭ କରି ସୋସିଆଲ୍ ମିଡିଆ ସବୁଠି ନ୍ୟାୟ ଦାବି ହେଉଛି। ପାକିସ୍ତାନର ଗଣମାଧ୍ୟମ ମଧ୍ୟ ଏଥିରେ ସାମିଲ ହୋଇଛି। ଜଣେ ଟେଲିଭିଜନ ଆଙ୍କର ଏ ଘଟଣାକୁ ନେଇ ଏମିତି କିଛି କରିଛନ୍ତି ଯାହା ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି। ସେ ଲାଇଭ ବୁଲେଟିନ୍&zwnj;ରେ ନିଜ ଝିଅକୁ କୋଳରେ ବସାଇ ନ୍ୟୁଜ୍ ପଢ଼ିଥିଲେ। ଏହି ନ୍ୟୁଜ୍ ଆଙ୍କର ଜଣଙ୍କ ପାକିସ୍ତାନର &lsquo;ସମା ନ୍ୟୁଜ୍ ଚ୍ୟାନେଲ୍&zwnj;&rsquo;ର। ତାଙ୍କର ଏହି ଭିଡିଓଟି ଖୁବ୍ ଭାଇରାଲ୍ ହୋଇଛି। ଜଣେ ନ୍ୟୁଜ୍ ଆଙ୍କର ଭାବେ ନୁହେଁ, ବରଂ ଜଣେ ମା&rsquo; ଭାବେ ସେ ଏହି ଘଟଣାକୁ ଉପସ୍ଥାପିତ କରିଛନ୍ତି। ତାଙ୍କର ପ୍ରତିଟି ଶବ୍ଦ, ପ୍ରତିଟି ବାକ୍ୟ ବାଧ୍ୟ କରୁଛି ଏହା ଭାବିବାକୁ ଯେ ସତରେ କ&rsquo;ଣ ଏ ପୃଥିବୀରୁ ମାନବିକତା ମରିଯାଉଛି। ଭାରତରେ ତାଙ୍କର ଏଭଳି ପ୍ରତିବାଦକୁ ବହୁତ ପ୍ରଶଂସା କରାଯାଇଛି। ଭିଡିଓଟିକୁ ଦେଖନ୍ତୁ:</p> <p>&lt;strong&gt;&lt;span style=&quot;color: #ff0000;&quot;&gt;ଅଳିଆ ଗଦାରୁ ମିଳିଲା ମୃତଦେହ&lt;/span&gt;&lt;/strong&gt;</p> <p>ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନର କାସୁରରେ ୮ ବର୍ଷର ଝିଅ ଜୈନବକୁ ଅପହରଣ କରାଯାଇଥିଲା। କିଛି ଦିନ ପରେ ତାର ମୃତଦେହ ଏକ ଅଳିଆଗଦାରେ ପଡ଼ିଥିଲା। ଯେତେବେଳେ ଏ ଘଟଣା ଘଟିଲା ଝିଅଟିର ବାପାମା&rsquo; ସାଉଦି ଆରବରେ ଥିଲେ।</p>

Related story