ଇଫତାର ପାର୍ଟିର ଅତିଥିଙ୍କୁ ପାକ୍ ସୁରକ୍ଷା ଅଧିକାରୀଙ୍କ ଅସଭ୍ୟ ବ୍ୟବହାର

ଇସଲାମାବାଦ: ସୌଜନ୍ୟତା ଭୁଲିଛି ପାକିସ୍ତାନ। ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ଅତିଥିଙ୍କୁ ଅସଭ୍ୟ ବ୍ୟବହାର ଦେଖାଇ ଭାରତ ପ୍ରତି ନିଜର ଅସଲ ଆଭିମୁଖ୍ୟ ଦେଖାଇଛି ପାକିସ୍ତାନ ପ୍ରଶାସନ। ଗତକାଲି ଭାରତୀୟ ଦୂତାବାସ ପକ୍ଷରୁ ଇଫତାର ପାର୍ଟିର ଆୟୋଜନ ହୋଇଥିଲା। ଏହି ଭୋଜିରେ ଯୋଗ ଦେବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ନିମନ୍ତ୍ରିତ ଅତିଥିଙ୍କୁ ନଆସିବା ପାଇଁ ପାକିସ୍ତାନର ସୁରକ୍ଷା ଅଧିକାରୀ ଏକ ଗୁପ୍ତ ନମ୍ୱରରୁ କଲ୍ କରି ଧମକ ଦେଉଥିବା […]

INDIAN HIGH COMISSION AT ISLAMABAD

INDIAN HIGH COMISSION AT ISLAMABAD

Subhransu Sekhar
  • Published: Sunday, 02 June 2019
  • Updated: 02 June 2019, 11:00 AM IST

Sports

Latest News

ଇସଲାମାବାଦ: ସୌଜନ୍ୟତା ଭୁଲିଛି ପାକିସ୍ତାନ। ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ଅତିଥିଙ୍କୁ ଅସଭ୍ୟ ବ୍ୟବହାର ଦେଖାଇ ଭାରତ ପ୍ରତି ନିଜର ଅସଲ ଆଭିମୁଖ୍ୟ ଦେଖାଇଛି ପାକିସ୍ତାନ ପ୍ରଶାସନ। ଗତକାଲି ଭାରତୀୟ ଦୂତାବାସ ପକ୍ଷରୁ ଇଫତାର ପାର୍ଟିର ଆୟୋଜନ ହୋଇଥିଲା। ଏହି ଭୋଜିରେ ଯୋଗ ଦେବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ତେବେ ନିମନ୍ତ୍ରିତ ଅତିଥିଙ୍କୁ ନଆସିବା ପାଇଁ ପାକିସ୍ତାନର ସୁରକ୍ଷା ଅଧିକାରୀ ଏକ ଗୁପ୍ତ ନମ୍ୱରରୁ କଲ୍ କରି ଧମକ ଦେଉଥିବା ଅଭିଯୋଗ ହୋଇଛି। ଯଦି ଇଫତାର ଭୋଜିରେ ଯୋଗ ଦେବେ ତାହାଲେ ପରିଣତି ଭୟାନକ ହେବ ବୋଲି ଧମକ ଦିଆଯାଉଥିଲା ବୋଲି ଜଣେ ନିମନ୍ତ୍ରିତ ଅତିଥି ଟ୍ୱିଟ୍ କରି କହିଛନ୍ତି। ଏମିତିକି ଅନେକ ଅତିଥି ଆସୁଥିବା ବେଳେ ତାଙ୍କୁ ପାକିସ୍ତାନ ସୁରକ୍ଷା ଅଧିକାରୀ ରାସ୍ତାରୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି।

ଭାରତୀୟ ଦୂତବାସ ଏବାବଦରେ ଜାଣିବା ପରେ ହାଇ କମିଶନର ଅଜୟ ବେସାରିୟା ପାକିସ୍ତାନ ପ୍ରଶାସନର ଏଭଳି ବ୍ୟବହାର ପାଇଁ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ କ୍ଷମା ମାଗିଛନ୍ତି। ଏଭଳି ବ୍ୟବହାର ଅଶୋଭନୀୟ। ପାକିସ୍ତାନ ପ୍ରଶାସନ ନିମନ୍ତ୍ରିତ ଅତିଥିଙ୍କୁ ଏପରି ବ୍ୟବହାର କୂଟନୀତି ପ୍ରଟୋକଲକୁ ଇଲ୍ଲଂଘନ କରିଛି ବୋଲି ସେ କହିଛନ୍ତି। ଏହା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପ୍ରଭାବ ପଡ଼ିବ ବୋଲି ଭାରତୀୟ କମିଶନର ଅଜୟ ବେସାରିୟା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos