ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସୁଷମା

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଇସାଲାମାବାଦରେ ହାର୍ଟ ଅଫ୍ ଏସିଆ ସମ୍ମିଳନୀରେ ଯୋଗଦେବା ଅବସରରେ ସୁଷମା ପାକ୍ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସମ୍ମିଳନୀରେ ସରିଫ କହିଥିଲେ ଯେ ଉଭୟ ଦେଶ ପାଇଁ ଆତଙ୍କବାଦୀ ବଡ଼ ଶତ୍ରୁ। ଏହାର ମୁକାବିଲା ଲାଗି ମିଳିତ ସହଯୋଗ ଦରକାର। ତାସହ ପଡେ଼ାଶୀଙ୍କ ସହ ସବୁବେଳେ ଉତ୍ତମ ସମ୍ପର୍କ ରକ୍ଷା ଚାହେଁ ପାକିସ୍ତାନ। ଗତକାଲି ସୁଷମା ଇସଲାମାବାଦରେ ପହଞ୍ଚିବା ପରେ ସରତାଜ ଅଜିଜଙ୍କ […]

Sushma-swaraj

Rakesh Mallick
  • Published: Wednesday, 09 December 2015
  • , Updated: 09 December 2015, 09:26 AM IST

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଇସାଲାମାବାଦରେ ହାର୍ଟ ଅଫ୍ ଏସିଆ ସମ୍ମିଳନୀରେ ଯୋଗଦେବା ଅବସରରେ ସୁଷମା ପାକ୍ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସମ୍ମିଳନୀରେ ସରିଫ କହିଥିଲେ ଯେ ଉଭୟ ଦେଶ ପାଇଁ ଆତଙ୍କବାଦୀ ବଡ଼ ଶତ୍ରୁ। ଏହାର ମୁକାବିଲା ଲାଗି ମିଳିତ ସହଯୋଗ ଦରକାର। ତାସହ ପଡେ଼ାଶୀଙ୍କ ସହ ସବୁବେଳେ ଉତ୍ତମ ସମ୍ପର୍କ ରକ୍ଷା ଚାହେଁ ପାକିସ୍ତାନ। ଗତକାଲି ସୁଷମା ଇସଲାମାବାଦରେ ପହଞ୍ଚିବା ପରେ ସରତାଜ ଅଜିଜଙ୍କ ସହ ଏକ ନୈଶ୍ୟଭୋଜନରେ ଯୋଗ ଦେଇଥିଲେ। ଆଫଗାନିସ୍ତାନ ସମ୍ପର୍କିତ ପଞ୍ଚମ ହାର୍ଟ ଅଫ୍ ଏସିଆ ସମ୍ମିଳନୀରେ ୧୪ଟି ଦେଶର ପ୍ରତିନିଧି ମାନେ ଯୋଗ ଦେଇଛନ୍ତି।

Related story