ପାକିସ୍ତାନ ପ୍ରିମେଡିକାଲ ପରୀକ୍ଷାରେ ଭାରତୀୟ ଛାତ୍ରୀ ପ୍ରଥମ

କରାଚି: ପାକିସ୍ତାନର କରାଚିରେ ପଢୁଥିବା ଭାରତୀୟ ଛାତ୍ରୀ କରିସ୍ମା କୁମାରୀ ଇଣ୍ଟରମିଡିଆ ପ୍ରି-ମେଡିକାଲ ପରୀକ୍ଷାରେ ସବୋର୍ଚ୍ଚ ନମ୍ୱର ରଖିଛନ୍ତି। ସେ କରାଚିର ଡିଏ ଡିଗ୍ରୀ ମୁମେନ କଲେଜରେ ପଢୁଥିଲେ। କରିସ୍ମା  ୧,୧୦୦ ମାର୍କରୁ ୯୯୯ ନମ୍ୱର ରଖିଛନ୍ତି। ପ୍ରଥମ ସ୍ଥାନ ହାସଲ କରିଥିବାରୁ କରାଚିର ଇଣ୍ଟରମିଡିଆ ବୋର୍ଡ  କରୀସ୍ମାକୁ ୫୦ ହଜାର ଟଙ୍କା ପୁରସ୍କାର ଦେବାପାଇଁ ଘୋଷଣା କରିଛନ୍ତି। ଏକ ଗଣମାଧ୍ୟମକୁ କରୀସ୍ମା ପତ୍ରିକ୍ରିୟାରେ କହିଛନ୍ତି, ପରିଶ୍ରମ ଯୋଗୁଁ ସେ  ଏହି ସଫଳତା ପାଇଥିବା କହିଛନ୍ତି। ସ୍କୁଲ କିମ୍ୱା […]

topper

Rakesh Mallick
  • Published: Friday, 14 August 2015
  • , Updated: 04 May 2017, 03:45 PM IST

କରାଚି: ପାକିସ୍ତାନର କରାଚିରେ ପଢୁଥିବା ଭାରତୀୟ ଛାତ୍ରୀ କରିସ୍ମା କୁମାରୀ ଇଣ୍ଟରମିଡିଆ ପ୍ରି-ମେଡିକାଲ ପରୀକ୍ଷାରେ ସବୋର୍ଚ୍ଚ ନମ୍ୱର ରଖିଛନ୍ତି। ସେ କରାଚିର ଡିଏ ଡିଗ୍ରୀ ମୁମେନ କଲେଜରେ ପଢୁଥିଲେ। କରିସ୍ମା  ୧,୧୦୦ ମାର୍କରୁ ୯୯୯ ନମ୍ୱର ରଖିଛନ୍ତି। ପ୍ରଥମ ସ୍ଥାନ ହାସଲ କରିଥିବାରୁ କରାଚିର ଇଣ୍ଟରମିଡିଆ ବୋର୍ଡ  କରୀସ୍ମାକୁ ୫୦ ହଜାର ଟଙ୍କା ପୁରସ୍କାର ଦେବାପାଇଁ ଘୋଷଣା କରିଛନ୍ତି।

ଏକ ଗଣମାଧ୍ୟମକୁ କରୀସ୍ମା ପତ୍ରିକ୍ରିୟାରେ କହିଛନ୍ତି, ପରିଶ୍ରମ ଯୋଗୁଁ ସେ  ଏହି ସଫଳତା ପାଇଥିବା କହିଛନ୍ତି। ସ୍କୁଲ କିମ୍ୱା କଲେଜରେ ସେ କୌଣସି ଭେଦଭାବର ସମ୍ମୁଖୀନ ହୋଇ ନ ଥିବା କହିଛନ୍ତି।

କରୀସ୍ମାଙ୍କ ପିତା କରାଚିରେ ଡାକ୍ତର ଅଛନ୍ତି। ପାକିସ୍ତାନର ମେଡିକାଲ ଇତିହାସରେ କୌଣସି ଭାରତୀୟ ଛାତ୍ରୀ ମେଡିକାଲରେ ଟପ୍ କରିବା ଏହା ପ୍ରଥମ ଘଟଣା।

Related story