ପାକିସ୍ତାନର ଯୁଦ୍ଧବିରତି ଉଲ୍ଲଂଘନ,୪ ଗ୍ରାମବାସୀ ଆହତ

ଜମ୍ମୁ: ପୁଣି ଅଶାନ୍ତ ହୋଇଛି ଭାରତ-ପାକିସ୍ତାନ ସୀମା। ଗୁରୁବାର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଯୁଦ୍ଧବିରତି ଉଲ୍ଲଂଘନ କରିଛି। ଆଜି ସକାଳେ ଜମ୍ମୁ କାଶ୍ମୀରର ଆରଏସପୁରା ସେକ୍ଟରରେ ପାକିସ୍ତାନ ରେଞ୍ଜର୍ସ ପକ୍ଷରୁ ମୋର୍ଟାର ମାଡ କରାଯାଇଛି। ଏଥିରେ ୪ ଜଣ ଗ୍ରାମବାସୀ ଆହତ ହୋଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତାକାଲି କାଶ୍ମୀର ଗସ୍ତ ପୂର୍ବରୁ ଏହି ଫାୟାରିଂ ହୋଇଛି। ସେପଟେ ଭାରତ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରଙ୍କ ନିକଟରେ ଏହି ଯୁଦ୍ଧବିରତି ଉଲ୍ଲଂଘନର ତୀବ୍ର ପ୍ରତିବାଦ ଜଣାଇଛି। ଏହା […]

JKfireing

JKfireing

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 07:03 AM IST

Sports

Latest News

ଜମ୍ମୁ: ପୁଣି ଅଶାନ୍ତ ହୋଇଛି ଭାରତ-ପାକିସ୍ତାନ ସୀମା। ଗୁରୁବାର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଯୁଦ୍ଧବିରତି ଉଲ୍ଲଂଘନ କରିଛି। ଆଜି ସକାଳେ ଜମ୍ମୁ କାଶ୍ମୀରର ଆରଏସପୁରା ସେକ୍ଟରରେ ପାକିସ୍ତାନ ରେଞ୍ଜର୍ସ ପକ୍ଷରୁ ମୋର୍ଟାର ମାଡ କରାଯାଇଛି। ଏଥିରେ ୪ ଜଣ ଗ୍ରାମବାସୀ ଆହତ ହୋଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତାକାଲି କାଶ୍ମୀର ଗସ୍ତ ପୂର୍ବରୁ ଏହି ଫାୟାରିଂ ହୋଇଛି। ସେପଟେ ଭାରତ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରଙ୍କ ନିକଟରେ ଏହି ଯୁଦ୍ଧବିରତି ଉଲ୍ଲଂଘନର ତୀବ୍ର ପ୍ରତିବାଦ ଜଣାଇଛି। ଏହା ଚଳିତ ମାସର ସପ୍ତମ ଯୁଦ୍ଧବିରତି ଉଲ୍ଲଂଘନ। ଏହି ମାସରେ ପାକିସ୍ତାନୀ ରେଞ୍ଜର୍ସର ଫ।ୟାରିଂରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ସୈନିକଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି।  ସେପଟେ ଗୁପ୍ତଚର ଡ୍ରୋନ୍ ପ୍ରସଙ୍ଗରେ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନରଙ୍କୁ ସମନ କରିଛି ପାକିସ୍ତାନ । ଏହା ଭାରତୀୟ ଗୁପ୍ତଚର ଡ୍ରୋନ୍ ଓ ଏହାକୁ ପାକିସ୍ତାନ ସୀମାରେ ଗୁଳି କରି ଖସାଇ ଦିଆଯାଇଛି ବୋଲି ଇସଲାମାବାଦ ଦାବି କରିଛି। ତେବେ ନୂଆଦିଲ୍ଲୀ ଏହାକୁ ଖଣ୍ଡନ କରିବା ସହ ଗୁପ୍ତଚର ଡ୍ରୋନ୍ ଭାରତର ନୁହେଁ ବୋଲି କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos