ଲାହୋର: କାର୍ଯ୍ୟକାରୀ ହେବକୁ ଆଉ ପାଦେ ପଛରେ ଐତିହାସିକ ‘ହିନ୍ଦୁ ମ୍ୟାରେଜ ବିଲ୍‌’

ଲାହୋର: ପାକିସ୍ତାନରେ ବହୁ ପ୍ରତିକ୍ଷୀତ ‘ହିନ୍ଦୁ ମ୍ୟାରେଜ ବିଲ୍‌’ ବାସ୍ତବିକତାରେ ପରିମଣ ହେବାକୁ ଆଉ ମାତ୍ର ପାଦେ ପଛରେ ରହିଛି। ସିନେଟ୍‌ର ଏକ କମିଟି ଏହି ବିଲ୍‌କୁ ମଞ୍ଜୁରୀ ଦେଇସାରିଛନ୍ତି। ପ୍ରାୟ ୪ ମାସ ପୂର୍ବରୁ ନ୍ୟାସନାଲ ଆସେମ୍ବଲିରେ ଏହାକୁ ପାରିତ କରାଯାଇଥିଲା। ଏହି ବିଲି ସଂସଦର ଉପର ସଦନ ସିନେଟ୍‌ରେ ପାରିତ ହେବା ପରେ ଆଇନରେ ପରିଣତ ହୋଇଯିବ। ସିନେଟ୍‌ର ମାନବାଧିକାର ସଂଚାଳନ କମିଟି ଏହାକୁ ସର୍ବସମ୍ମତି କ୍ରମେ ମଞ୍ଜୁରି ଦେଇଛି। ଏହି ମଞ୍ଜୁରି ପରେ […]

pakistan-hindu

Rakesh Mallick
  • Published: Tuesday, 03 January 2017
  • , Updated: 04 May 2017, 03:44 PM IST

ଲାହୋର: ପାକିସ୍ତାନରେ ବହୁ ପ୍ରତିକ୍ଷୀତ ‘ହିନ୍ଦୁ ମ୍ୟାରେଜ ବିଲ୍‌’ ବାସ୍ତବିକତାରେ ପରିମଣ ହେବାକୁ ଆଉ ମାତ୍ର ପାଦେ ପଛରେ ରହିଛି। ସିନେଟ୍‌ର ଏକ କମିଟି ଏହି ବିଲ୍‌କୁ ମଞ୍ଜୁରୀ ଦେଇସାରିଛନ୍ତି। ପ୍ରାୟ ୪ ମାସ ପୂର୍ବରୁ ନ୍ୟାସନାଲ ଆସେମ୍ବଲିରେ ଏହାକୁ ପାରିତ କରାଯାଇଥିଲା।

ଏହି ବିଲି ସଂସଦର ଉପର ସଦନ ସିନେଟ୍‌ରେ ପାରିତ ହେବା ପରେ ଆଇନରେ ପରିଣତ ହୋଇଯିବ। ସିନେଟ୍‌ର ମାନବାଧିକାର ସଂଚାଳନ କମିଟି ଏହାକୁ ସର୍ବସମ୍ମତି କ୍ରମେ ମଞ୍ଜୁରି ଦେଇଛି। ଏହି ମଞ୍ଜୁରି ପରେ ଏହା ସିନେଟ୍‌କୁ ଆସିବାର ବାଟ ଫିଟି ଯାଇଛି।

ଏହା ଆଇନରେ ପରିଣତ ହେବା ପରେ ପାକିସ୍ତାନରେ ରହୁଥିବା ହିନ୍ଦୁ ସେମାନଙ୍କ ବିବାହ ପଞ୍ଜିକରଣ କରିପାରିବେ। କୌଣସି କାରଣରୁ ବିବାହ ଭାଙ୍ଗି ଗଲେ କୋର୍ଟରେ ଆବେଦନ କରିପାରିବେ। ମୁସଲମାନଙ୍କ ‘ନିକାହନାମା’ ପରି ହିନ୍ଦୁମାନଙ୍କୁ ମଧ୍ୟ ବିବାହ ପ୍ରମାଣପତ୍ର ମିଳିବ। ଏହାକୁ ‘ଶାଦୀପରାତ’ କୁହାଯିବ। ବିଲ୍‌ ଆଇନରେ ପରିଣତ ହେଲେ ଛାଡ଼ପତ୍ର ପରେ ଜଣେ ହିନ୍ଦୁ ପୁଣି ବିବାହ କରିବାକୁ ଅନୁମତି ପାଇପାରିବେ।

Related story