ପାକିସ୍ତାନର ଯୁଦ୍ଧବିରତି ଉଲ୍ଲଂଘନ ଜାରି, ୬ ଭାରତୀୟ ଆହତ

ଜମ୍ମୁ: ଜମ୍ମୁର ଆରଏସପୁରା ଓ ଆରନିଆ ସେକ୍ଟରରେ ବୁଧବାର ରାତି ସାରା ପାକିସ୍ତାନୀ ସେନା ଯୁଦ୍ଧବିରତି ଉଲ୍ଲଂଘନ କରିବା ସହ ପ୍ରବଳ ଗୁଳିବର୍ଷଣ ସହ ମୋର୍ଟାର ମାଡ଼ କରିଛନ୍ତି। ଫଳରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ସମେତ ୬ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆଜି ସକାଳୁ ପାକିସ୍ତାନୀ ସେନା ଗୁଳିବର୍ଷଣ ବନ୍ଦ ହୋଇଛି। ଏହି ଆକ୍ରମଣ ଫଳରେ ବିଏସ୍‌ଏଫ୍‌ର ୧୪ ରୁ ୧୫ଟି ଚୌକି କ୍ଷତିଗ୍ରସ୍ତ ହୋଇଛି। ଆରଏସପୁରା ଓ ଆରନିଆ ସେକ୍ଟରରେ […]

loc

Rakesh Mallick
  • Published: Thursday, 27 October 2016
  • , Updated: 28 October 2016, 08:36 AM IST

ଜମ୍ମୁ: ଜମ୍ମୁର ଆରଏସପୁରା ଓ ଆରନିଆ ସେକ୍ଟରରେ ବୁଧବାର ରାତି ସାରା ପାକିସ୍ତାନୀ ସେନା ଯୁଦ୍ଧବିରତି ଉଲ୍ଲଂଘନ କରିବା ସହ ପ୍ରବଳ ଗୁଳିବର୍ଷଣ ସହ ମୋର୍ଟାର ମାଡ଼ କରିଛନ୍ତି। ଫଳରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ସମେତ ୬ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆଜି ସକାଳୁ ପାକିସ୍ତାନୀ ସେନା ଗୁଳିବର୍ଷଣ ବନ୍ଦ ହୋଇଛି। ଏହି ଆକ୍ରମଣ ଫଳରେ ବିଏସ୍‌ଏଫ୍‌ର ୧୪ ରୁ ୧୫ଟି ଚୌକି କ୍ଷତିଗ୍ରସ୍ତ ହୋଇଛି।

ଆରଏସପୁରା ଓ ଆରନିଆ ସେକ୍ଟରରେ ମଙ୍ଗଳବାରରୁ ବୁଧବାର ସକାଳ ପର୍ଯ୍ୟନ୍ତ ପାକିସ୍ତାନୀ ସେନା ଗୁଳିମାଡ଼ କରିଥିଲେ। ଭାରତୀୟ ଯବାନଙ୍କ ପ୍ରତି ଆକ୍ରମଣରେ ୩ ଜଣ ପାକ୍‌ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଟି ଚୌକି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା।

Related story