ମେହମ୍ମୁଦ ହାସନଙ୍କ ପାଇଁ ଭାରତ ଆଗ, ଭଣଜା ପଛ

ଲକ୍ଷ୍ନୌ: ମ୍ୟାଞ୍ଚେଷ୍ଟରରେ ଚାଲିଛି ଭାରତ-ପାକିସ୍ତାନ ମହାମୁକାବିଲା। ବିଶ୍ୱକପ-୨୦୧୯ର ବହୁ ପ୍ରତୀକ୍ଷିତ ମ୍ୟାଚକୁ ନେଇ ଉଭୟ ଦେଶର ନାଗରିକ ନିଜ ନିଜ ଟିମର ବିଜୟ ପାଇଁ ଆଶା ରଖିଛନ୍ତି। ହେଲେ ଏହାରି ଭିତରେ ନିଜ ପାରିବାରିକ ସମ୍ପର୍କ ଭୁଲି ଭାରତ ସପକ୍ଷରେ ବାହାରିଛନ୍ତି ପାକିସ୍ତାନ ଅଧିନାୟକ ସର୍ଫରାଜଙ୍କ ମାମୁଁ ମେହମ୍ମୁଦ ହାସନ। ଏହି ମ୍ୟାଚରେ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରିବା ସେ ଚାହୁଁଥିବା କହିଛନ୍ତି। ଉତ୍ତରପ୍ରଦେଶ ପ୍ରତାପଗଡ଼ ଜିଲ୍ଲା ହଟବାର ବାସିନ୍ଦା ହେଉଛନ୍ତି ମେହମ୍ମୁଦ ହାସନ। ୟୁପି କୃଷି […]

sarfaraz

Subhransu Sekhar
  • Published: Sunday, 16 June 2019
  • , Updated: 16 June 2019, 05:33 PM IST
ଲକ୍ଷ୍ନୌ: ମ୍ୟାଞ୍ଚେଷ୍ଟରରେ ଚାଲିଛି ଭାରତ-ପାକିସ୍ତାନ ମହାମୁକାବିଲା। ବିଶ୍ୱକପ-୨୦୧୯ର ବହୁ ପ୍ରତୀକ୍ଷିତ ମ୍ୟାଚକୁ ନେଇ ଉଭୟ ଦେଶର ନାଗରିକ ନିଜ ନିଜ ଟିମର ବିଜୟ ପାଇଁ ଆଶା ରଖିଛନ୍ତି। ହେଲେ ଏହାରି ଭିତରେ ନିଜ ପାରିବାରିକ ସମ୍ପର୍କ ଭୁଲି ଭାରତ ସପକ୍ଷରେ ବାହାରିଛନ୍ତି ପାକିସ୍ତାନ ଅଧିନାୟକ ସର୍ଫରାଜଙ୍କ ମାମୁଁ ମେହମ୍ମୁଦ ହାସନ।

[caption id="attachment_394795" align="aligncenter" width="759"] ଫଟୋ ସୌଜନ୍ୟ: ଏଏନଆଇ[/caption]

ଏହି ମ୍ୟାଚରେ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରିବା ସେ ଚାହୁଁଥିବା କହିଛନ୍ତି। ଉତ୍ତରପ୍ରଦେଶ ପ୍ରତାପଗଡ଼ ଜିଲ୍ଲା ହଟବାର ବାସିନ୍ଦା ହେଉଛନ୍ତି ମେହମ୍ମୁଦ ହାସନ। ୟୁପି କୃଷି ଇଂଜିନିୟରିଂ କଲେଜରେ ସେ ବରିଷ୍ଠ ସହାୟକ ଭାବେ କାମ କରୁଛନ୍ତି। ମେହମ୍ମୁଦଙ୍କ ଭଉଣୀ ଅକୀଲା ବାନୋଙ୍କ ବିବାହ ପାକିସ୍ତାନରେ ହୋଇଥିଲା। ତାଙ୍କର ପାଞ୍ଚ ଜଣ ସନ୍ତାନଙ୍କ ମଧ୍ୟରୁ ସର୍ଫରାଜ ହେଉଛନ୍ତି ତୃତୀୟ ସନ୍ତାନ ।

ସେ କହିଛନ୍ତି ଯାହା ସହ ଯେଉଁ ସମ୍ପର୍କ ଥାଉ ନା କାହିଁକି ଦେଶ ଆଗ, ସମ୍ପର୍କ ପଛ।

Related story