କଶ୍ମୀର ପ୍ରସଙ୍ଗରେ ଆଇସିଜେ ଯିବ ପାକିସ୍ତାନ

ଇସଲାମାବାଦ: ଜାତିସଂଘ ଏବଂ ବିଭିନ୍ନ ରାଷ୍ଟ୍ରମାନଙ୍କ ପାଖରେ ଗୁହାରି କରି ନିରାଶ ହେବା ପରେ ପାକିସ୍ତାନ ଏବେ ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ)ଙ୍କ ଦ୍ୱାରସ୍ଥ ହେବ ବୋଲି ସୂଚନା ମିଳିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଏନେଇ ସୂଚନା ଦେଇଛନ୍ତି। ସେ ଏକ ଟିଭି ସାକ୍ଷାତକାରରେ କହିଛନ୍ତି, କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ କୋର୍ଟଙ୍କ ନିକଟକୁ ନେବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ଅର୍ଥାତ ଗତ ୬ ତାରିଖରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ, ସେ ଜାତିସଂଘର ସୁରକ୍ଷା […]

pakistan-quereshi

Subrat Kumar Nayak
  • Published: Tuesday, 20 August 2019
  • , Updated: 20 August 2019, 10:09 PM IST

ଇସଲାମାବାଦ: ଜାତିସଂଘ ଏବଂ ବିଭିନ୍ନ ରାଷ୍ଟ୍ରମାନଙ୍କ ପାଖରେ ଗୁହାରି କରି ନିରାଶ ହେବା ପରେ ପାକିସ୍ତାନ ଏବେ ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ)ଙ୍କ ଦ୍ୱାରସ୍ଥ ହେବ ବୋଲି ସୂଚନା ମିଳିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଏନେଇ ସୂଚନା ଦେଇଛନ୍ତି।

ସେ ଏକ ଟିଭି ସାକ୍ଷାତକାରରେ କହିଛନ୍ତି, କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ କୋର୍ଟଙ୍କ ନିକଟକୁ ନେବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ଅର୍ଥାତ ଗତ ୬ ତାରିଖରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ, ସେ ଜାତିସଂଘର ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠାଇବେ। ସେ ଏହାକୁ ଆଇସିଜେକୁ ମଧ୍ୟ ନେବେ ବୋଲି କହିଥିଲେ।

ଏହାପରେ ପାକିସ୍ତାନର ବନ୍ଧୁରାଷ୍ଟ୍ର ତଥା ସ୍ଥାୟୀ ସଦସ୍ୟ ଚାଇନା ଭାରତ ବିରୋଧରେ ଜାତିସଂଘର ସୁରକ୍ଷା ପରିଷଦରେ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ। ହେଲେ ରୁଷ ସମେତ ଅନ୍ୟ ସ୍ଥାୟୀ ସଦସ୍ୟ ଚୀନ୍‌ର ପ୍ରସ୍ତାବକୁ ବିରୋଧ କରିବା ସହ ଭାରତକୁ ସମର୍ଥନ କରିଥିଲେ। ଏହାପରେ ପାକିସ୍ତାନକୁ ଲଜ୍ଜିତ ହେବାକୁ ପଡ଼ିଥିଲା। ପରବର୍ତ୍ତୀ ପଦକ୍ଷେପ ସଦୃଶ ପାକିସ୍ତାନ ଏବେ ଆଇସିଜେରେ ପହଞ୍ଚିବାକୁ ନିଷ୍ପତ୍ତି ନେଇଛି।

Related story