କାଙ୍ଗାଳ ପାକିସ୍ତାନକୁ ସହଯୋଗର ହାତ ବଢ଼ାଇଲେ ବିଲ୍ ଗେଟସ

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଅନେକ ପ୍ରସଙ୍ଗରେ ପାକିସ୍ତାନ ନିଜର ପରାଜୟ ସ୍ୱୀକାର କରିସାରିଛି। ଯାହାକି ପାକିସ୍ତାନକୁ ନିରାଶ କରିଛି। ହେଲେ ଏହି ନିରାଶ ଭିତରେ ସହଯୋଗର ହାତ ବଢ଼ାଇଛି ବିଲ୍ ଗେଟସ ଫାଉଣ୍ଡେସନ। ଯାହାକି ପାକିସ୍ତାନ ପାଇଁ ଖୁସି ଖବର। ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ବିଲ୍ ଗେଟସ ଫାଉଣ୍ଡେସନର ପ୍ରତିଷ୍ଠାତା ବିଲ୍‌ ଗେଟସଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ଏହି ଅବସରରେ ଦୁଇ ପକ୍ଷଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି। ପାକିସ୍ତାନକୁ ଗରୀବି […]

imran bill gates

Subhransu Sekhar
  • Published: Friday, 27 September 2019
  • , Updated: 27 September 2019, 01:01 PM IST

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଅନେକ ପ୍ରସଙ୍ଗରେ ପାକିସ୍ତାନ ନିଜର ପରାଜୟ ସ୍ୱୀକାର କରିସାରିଛି। ଯାହାକି ପାକିସ୍ତାନକୁ ନିରାଶ କରିଛି। ହେଲେ ଏହି ନିରାଶ ଭିତରେ ସହଯୋଗର ହାତ ବଢ଼ାଇଛି ବିଲ୍ ଗେଟସ ଫାଉଣ୍ଡେସନ। ଯାହାକି ପାକିସ୍ତାନ ପାଇଁ ଖୁସି ଖବର।

ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ବିଲ୍ ଗେଟସ ଫାଉଣ୍ଡେସନର ପ୍ରତିଷ୍ଠାତା ବିଲ୍‌ ଗେଟସଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ଏହି ଅବସରରେ ଦୁଇ ପକ୍ଷଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି। ପାକିସ୍ତାନକୁ ଗରୀବି ମୁକ୍ତ କରିବା ପାଇଁ ପାକିସ୍ତାନ ସରକାର ଏହଶାଶ ନାମକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନକୁ ବିଲ୍ ଗେଟସ ଫାଉଣ୍ଡେସନ ୨୦୦ ନିୟୁତ ଡଲାର ଦେବ। ଏହି ଅର୍ଥ ୨୦୨୦ ସୁଦ୍ଧା ଖର୍ଚ୍ଚ ହେବ। ଗରୀବ ଲୋକଙ୍କ କ୍ଷେତ୍ରରେ ଏହି ପାଣ୍ଠି ଖର୍ଚ୍ଚ ହେବ ବୋଲି ଏମଓୟୁରେ ସର୍ତ୍ତ ରହିଛି। ଏ ନେଇ ରେଡିଓ ପାକିସ୍ତାନ ସୂଚନା ଦେଇଛି। ଆର୍ଥିକ ସହାୟତା ପାଇଁ ଇମ୍ରାନ୍ ବିଲ୍ ଗେଟସ ଫାଉଣ୍ଡେସନଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ଏବେ ଦେବାଳିଆ ସ୍ଥିତିରେ ରହିଛି। ଦେଶ ଚଳାଇବା ପାଇଁ ଆବଶ୍ୟକ ଟଙ୍କା ମଧ୍ୟ ନାହିଁ। ଏଥିପାଇଁ ଋଣ କରି ଚାଲିଛି। ଏଯାବତ୍ ପାକିସ୍ତାନ ସରକାର ୬ ଲକ୍ଷ କୋଟି ଟଙ୍କା ଋଣ କରିସାରିଥିବା ଜଣାପଡ଼ିଛି। ଏହି ଋଣ ଚାଇନା ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ପାକିସ୍ତାନକୁ ଦେଇଛନ୍ତି।

Related story