ପାକିସ୍ତାନରେ ଟ୍ରେନ୍‌କୁ ପିଟିଲା ଟ୍ରେନ୍: ୬ ମୃତ, ୧୫୦ରୁ ଅଧିକ ଆହତ

ଇସ୍‌ଲାମାବାଦ୍‌: ପାକିସ୍ତାନର କେନ୍ଦ୍ରୀୟ ପଞ୍ଜାବ ଅଞ୍ଚଳରେ ଆଜି ଭୋର୍ ପ୍ରାୟ ୩ଟା ବେଳେ ଏକ ଯାତ୍ରୀବାହୀ ଟ୍ରେନ୍ ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ଆୱାମୀ ଏକ୍ସପ୍ରେସ୍‌ ନାମକ ଏହି ଯାତ୍ରୀବାହୀ ଟ୍ରେନ୍‌ଟି କରାଚି ଅଭିମୁଖେ ଯାଉଥିବା ବେଳେ ମୁଲତାନଠାରୁ ୨୫ କିଲୋମିଟର ଦୂରରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍ ସହିତ ପିଟି ହୋଇଥିଲା। ଟ୍ରେନ୍‌ ଲାଇନ୍ ଅତିକ୍ରମ କରୁଥିବା […]

death

Rakesh Mallick
  • Published: Thursday, 15 September 2016
  • , Updated: 04 May 2017, 03:44 PM IST

ଇସ୍‌ଲାମାବାଦ୍‌: ପାକିସ୍ତାନର କେନ୍ଦ୍ରୀୟ ପଞ୍ଜାବ ଅଞ୍ଚଳରେ ଆଜି ଭୋର୍ ପ୍ରାୟ ୩ଟା ବେଳେ ଏକ ଯାତ୍ରୀବାହୀ ଟ୍ରେନ୍ ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି।

ଆୱାମୀ ଏକ୍ସପ୍ରେସ୍‌ ନାମକ ଏହି ଯାତ୍ରୀବାହୀ ଟ୍ରେନ୍‌ଟି କରାଚି ଅଭିମୁଖେ ଯାଉଥିବା ବେଳେ ମୁଲତାନଠାରୁ ୨୫ କିଲୋମିଟର ଦୂରରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍ ସହିତ ପିଟି ହୋଇଥିଲା। ଟ୍ରେନ୍‌ ଲାଇନ୍ ଅତିକ୍ରମ କରୁଥିବା ଜଣେ ଲୋକଙ୍କୁ ଧକ୍କା ଦେବା ପରେ ମାଲବାହୀ ଟ୍ରେନ୍‌ଟି ସେଇଠି ଅଟକି ରହିଥିବା ବେଳେ ଯାତ୍ରୀବାହୀ ଟ୍ରେନ୍‌ ଏହାକୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣା ପାଇଁ ଜଣେ ରେଳ ଅଧିକାରୀ ଯାତ୍ରୀବାହୀ ଟ୍ରେନ୍‌ର ଡ୍ରାଇଭରକୁ ଦୋଷ ଦେଇଛନ୍ତି। ସେ କହିଛନ୍ତି,“ମାଲବାହୀ ଟ୍ରେନ୍‌ଟି ଅଟକି ରହିଥିବା ବେଳେ ରେଡ୍ ସିଗ୍‌ନାଲ୍ ଦିଆଯାଇଥିଲା। କିନ୍ତୁ ଯାତ୍ରୀବାହୀ ଟ୍ରେନ୍‌ ଡ୍ରାଇଭର ତାହାକୁ ଦେଖି ନ ଥିଲେ। ତେଣୁ ଦୁର୍ଘଟଣା ଘଟିଲା।”

ଗତବର୍ଷ ନଭେମ୍ବର ମାସରେ ବେଲୁଚିସ୍ତାନରେ ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୦୫ମସିହା ଜୁଲାଇ ମାସରେ ସିନ୍ଧ ପ୍ରଦେଶରେ ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା ହୋଇ ପ୍ରାୟ ୧୩୦ ଜଣ ଲୋକ ପ୍ରାଣ ହରାଇଥିଲେ।

Related story