ପାକିସ୍ତାନରେ ସୁରକ୍ଷିତ ନୁହଁନ୍ତି ଚୀନ୍ ନାଗରିକ

ବେଜିଂ: ଭାରତର ଦୁଇ ବିଦ୍ରୋହୀ ପଡୋଶୀ ପାକିସ୍ତାନ ଆଉ ଚୀନ ମଧ୍ୟରେ ବନ୍ଧୁତ୍ୱ ନିବିଡ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଏବେ ଟିକେ ସନ୍ଦେହ ଉପୁଜିଲାଣି। ସମୟ ପଡିଲେ ପାକିସ୍ତାନକୁ ଚୀନ ସହଯୋଗର ହାତ ବଢାଇବ ବୋଲି ପୂର୍ବରୁ କହୁଥିବା ବେଳେ ଏବେ କିନ୍ତୁ ପାକିସ୍ତାନର ପରିସ୍ଥିତି ଚୀନ୍‌ ପାଇଁ ଚିନ୍ତା ବଢାଇଛି। ପାକିସ୍ତାନରେ ଥିବା ଚାଇନାବାସୀ ସୁରକ୍ଷିତ ନୁହଁନ୍ତି। ଏଣୁ ଏଠାରେ ରହୁଥିବା ଏହି ଚାଇନା ନାଗରିକମାନଙ୍କୁ ସତର୍କ ରହିବା ଲାଗି ସୂଚନା ଦିଆଯାଇଛି। […]

download (1)

Rakesh Mallick
  • Published: Friday, 08 December 2017
  • , Updated: 08 December 2017, 10:22 PM IST

ବେଜିଂ: ଭାରତର ଦୁଇ ବିଦ୍ରୋହୀ ପଡୋଶୀ ପାକିସ୍ତାନ ଆଉ ଚୀନ ମଧ୍ୟରେ ବନ୍ଧୁତ୍ୱ ନିବିଡ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଏବେ ଟିକେ ସନ୍ଦେହ ଉପୁଜିଲାଣି। ସମୟ ପଡିଲେ ପାକିସ୍ତାନକୁ ଚୀନ ସହଯୋଗର ହାତ ବଢାଇବ ବୋଲି ପୂର୍ବରୁ କହୁଥିବା ବେଳେ ଏବେ କିନ୍ତୁ ପାକିସ୍ତାନର ପରିସ୍ଥିତି ଚୀନ୍‌ ପାଇଁ ଚିନ୍ତା ବଢାଇଛି।

ପାକିସ୍ତାନରେ ଥିବା ଚାଇନାବାସୀ ସୁରକ୍ଷିତ ନୁହଁନ୍ତି। ଏଣୁ ଏଠାରେ ରହୁଥିବା ଏହି ଚାଇନା ନାଗରିକମାନଙ୍କୁ ସତର୍କ ରହିବା ଲାଗି ସୂଚନା ଦିଆଯାଇଛି। ପାକିସ୍ତାନରେ ରହୁଥିବା ଚାଇନା ନାଗରିକମାନଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରିବାର ଯୋଜନା କରୁଥିବାରୁ ଏଭଳି ସତର୍କବାଣୀ ଜାରି କରିଛି ଚୀନ୍‌।

ଇସଲାମାବାଦ୍‌ସ୍ଥିତ ଚୀନ୍‌ ଦୂତାବାସ ପକ୍ଷରୁ ନିଜ ସରକାରୀ ୱେବ୍‌ପେଜ୍‌ରେ ଏ ନେଇ ଶୁକ୍ରବାର ସୂଚନା ଦିଆଯାଇଛି। ଚାଇନା ନାଗରୀକମାନଙ୍କ ପ୍ରତି ଆତଙ୍କବାଦୀ ଆକ୍ରମଣର ଭୟ ରହିଛି। ଏଣୁ ଯଥାସମ୍ଭବ ଗହଳୀସ୍ଥାନକୁ ନ ଯିବାଲାଗି ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ବନ୍ଦର ଓ ରାସ୍ତା ଭଳି ଭିତ୍ତିଭୂମିର ବିକାଶ ପାଇଁ ଚୀନ୍ ପାକିସ୍ଥାନରେ ପ୍ରଚୁର ଅର୍ଥ ନିବେଶ କରିଛି । ଏହି ପ୍ରକଳ୍ପଗୁଡିକରେ ଚୀନ୍‌ର ବହୁ ନାଗରୀକ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ବେଲୁଚିସ୍ଥାନରେ ଚୀନ୍‌ର କିଛି ଏଭଳି ପ୍ରକଳ୍ପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି।

Related story