ଇମ୍ରାନ୍‌ଙ୍କୁ କଶ୍ମୀର ଚିନ୍ତା, ପାକିସ୍ତାନୀଙ୍କୁ ଦରବୃଦ୍ଧି ଚିନ୍ତା

ଇସ୍‌ଲାମାବାଦ୍‌: ଲଗାମଛଡ଼ା ମୁଦ୍ରାସ୍ପୀତି ଏବଂ ବେକାରୀ ପାକିସ୍ତାନୀଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟା ସେମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଥିଲାବେଳେ କେବଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସରକାର ହିଁ କଶ୍ମୀର ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ମଙ୍ଗଳବାର ଗାଲୁପ୍‌ ଆଣ୍ଡ ଗିଲାନୀ ପାକିସ୍ତାନର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏଥିରେ ଭାଗ ନେଇଥିବା […]

imran

Subrat Kumar Nayak
  • Published: Saturday, 02 November 2019
  • , Updated: 02 November 2019, 04:16 PM IST

ଇସ୍‌ଲାମାବାଦ୍‌: ଲଗାମଛଡ଼ା ମୁଦ୍ରାସ୍ପୀତି ଏବଂ ବେକାରୀ ପାକିସ୍ତାନୀଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟା ସେମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଥିଲାବେଳେ କେବଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସରକାର ହିଁ କଶ୍ମୀର ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି।

ମଙ୍ଗଳବାର ଗାଲୁପ୍‌ ଆଣ୍ଡ ଗିଲାନୀ ପାକିସ୍ତାନର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏଥିରେ ଭାଗ ନେଇଥିବା ୫୩% ଲୋକ କହିଛନ୍ତି ଦେଶର ଅର୍ଥନୀତି, ବିଶେଷ କରି ମୁଦ୍ରାସ୍ପୀତି ଦେଶର ବଡ଼ ସମସ୍ୟା ଭାବେ ଉଭା ହୋଇଛି। ପାକିସ୍ତାନ ସରକାର କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇବା ଏବଂ ଜାତିସଂଘକୁ ବାରମ୍ବାର ନେବା ଆଦି କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଏହି ପ୍ରସଙ୍ଗରେ ମାତ୍ର ୮ ପ୍ରତିଶତ ଲୋକ ଚିନ୍ତା ପ୍ରକଟ କରିଛନ୍ତି।

ଏହି ସର୍ଭେରେ ରାଜନୀତିକ ଅସ୍ଥିରତା, କ୍ଷମତା କନ୍ଦଳ ଏବଂ ଡେଙ୍ଗୁ ମୁକାବିଲା ଆଦି ପ୍ରସଙ୍ଗ ରହିଛି। ଗାଲୁପ୍‌ ପାକିସ୍ତାନ ପକ୍ଷରୁ କୁହାଯାଇଛି, ଏଥିରେ ବଲୋଚିସ୍ତାନ, ଖାଇବର ପଖ୍‌ତୁନ୍‌ଖ୍ୱା, ପଞ୍ଜାବ ଏବଂ ସିନ୍ଧ ପ୍ରଦେଶର ମହିଳା ଓ ପୁରୁଷଙ୍କ ମନ୍ତବ୍ୟ ନିଆଯାଇଛି।

ପାକିସ୍ତାନର ଅର୍ଥନୀତି ସଙ୍କଟଜନକ ସ୍ଥିତିରେ ଥିବାବେଳେ ହିଁ ଏହି ତଥ୍ୟ ସାମ୍ନାକୁ ଆସିଛି। ଆଇଏମ୍‌ଏଫ୍‌ ପକ୍ଷରୁ କୁହାଯାଇଛି, ପାକିସ୍ତାନ ଗଭୀର ଭାବେ ଅର୍ଥନୀତିକ ସମସ୍ୟା ଦେଇ ଗତି କରୁଛି। ପାକିସ୍ତାନ ଚଳିତ ବର୍ଷ ହିଁ ଅର୍ଥନୀତିକ ସ୍ଥିତି ସୁଧାରିବାକୁ ୬୦୦ କୋଟି ଡଲାର ମୂଲ୍ୟର ବେଲ୍‌ ଆଉଟ୍‌ ପ୍ୟାକେଜ୍‌ ଚୁକ୍ତି କରିଛି। ଏହା ପାକିସ୍ତାନୀଙ୍କ ଜୀବନ ଧାରଣ ମାନ ବୃଦ୍ଧି ପାଇଁ ମଧ୍ୟ ଖର୍ଚ୍ଚ ହେବ। ପାକିସ୍ତାନ ଆଇଏମ୍‌ଏଫ୍‌ ବ୍ୟତୀତ ସାଉଦି, ଚାଇନା, କତାର ଏବଂ ୟୁନାଇଟେଡ୍‌ ଆରବ ଏମିରେଟ୍‌ସ ଆଦି ଦେଶଠାରୁ ମଧ୍ୟ ଋଣ କରିଛି। ଚାଇନା ସବୁଠାରୁ ଅଧିକ ପରିମାଣର ଆର୍ଥିକ ଦେଉଥିବା ଦେଶ ଭାବେ ପାକିସ୍ତାନ ଉପରେ ଦବ୍‌ଦବା ପ୍ରଦର୍ଶନ କରିଆସିଛି।

Related story