ପାକିସ୍ତାନରେ ନିର୍ବାଚନୀ ହିଂସା: ୮ ମୃତ, ୮୦ ଆହତ

ପେଶୱାର: ପାକିସ୍ତାନର ଉତ୍ତର ପଶ୍ଚିମ ଖାଇବର ପ୍ରଦେଶରେ ରବିବାର ନିର୍ବାଚନୀ ହିଂସା ଘଟିଛି। ନିର୍ବାଚନରେ ଭାଗ ନେଇଥିବା ଦୁଇ ଦଳର  ସମର୍ଥକମାନଙ୍କ  ମଧ୍ୟରେ ହାତାହାତି ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା।  ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ସମର୍ଥକ ଗୁରୁତର ଆହତ ହୋଇଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ସମୟରେ ଚରସଦ୍ଧା, ଡେରା ଇସମାଇଲ ଖାଁ,କୋହଟ୍, ପେଶୱାର ଓ ଅନ୍ୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ମତଦାନରେ ବ୍ୟାଘାତ […]

pak-flag

Rakesh Mallick
  • Published: Sunday, 31 May 2015
  • , Updated: 04 May 2017, 03:45 PM IST

ପେଶୱାର: ପାକିସ୍ତାନର ଉତ୍ତର ପଶ୍ଚିମ ଖାଇବର ପ୍ରଦେଶରେ ରବିବାର ନିର୍ବାଚନୀ ହିଂସା ଘଟିଛି। ନିର୍ବାଚନରେ ଭାଗ ନେଇଥିବା ଦୁଇ ଦଳର  ସମର୍ଥକମାନଙ୍କ  ମଧ୍ୟରେ ହାତାହାତି ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା।  ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ସମର୍ଥକ ଗୁରୁତର ଆହତ ହୋଇଛନ୍ତି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ସମୟରେ ଚରସଦ୍ଧା, ଡେରା ଇସମାଇଲ ଖାଁ,କୋହଟ୍, ପେଶୱାର ଓ ଅନ୍ୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ମତଦାନରେ ବ୍ୟାଘାତ ଘଟିଛି ।

ପେଶୱାରର ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥକ ମାନେ ମରର୍ଦ୍ଦନ, ମାଲାକନ୍ଦ,ସ୍ୱାଟ୍ ଓ ନୌସେରାରେ ଥିବା ମତଦାନ କେନ୍ଦ୍ରରେ ସଂଘର୍ଷ କରିଥିବା ଜଣାପଡିଛି। ଆଉ କେତେକ ବୁଥରେ ମହିଳା ମାନଙ୍କୁ ମତଦାନ କେନ୍ଦ୍ର ଭିତରକୁ ପ୍ରବେଶ କରିଦିଆଯାଉନଥିବା ଅଭିଯୋଗ ହୋଇଛି।

Related story