ଇସଲାମବାଦ: ଦୁଇ ଦିନ ପରେ ବୁଧବାର ପୁଣି ଥରେ ପାକିସ୍ତାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସେଲରେ ଏହାର ତୀବ୍ରତା ୪.୨ ଥିବା ଜଣାପଡିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।
ସୂଚନାଯୋଗ୍ୟ, ସୋମବାର ପାକିସ୍ତାନ ଓ ଆଫଗାନିସ୍ତାନ ସହ ଉତ୍ତର ଭାରତରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଆଫଗାନିସ୍ତାନର ହିନ୍ଦୁକୋଶ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ମଙ୍ଗଳବାର ସୁଦ୍ଧା ପାକିସ୍ତାନ ଓ ଆଫଗାନିସ୍ତାନରେ ୩୧୧ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପାକିସ୍ତାନରେ ୨୩୭ ଓ ଆଫଗାନିସ୍ତାନରେ ୭୪ ଜଣଙ୍କ ମୃତ୍ୟୁ ଘଟିଛି। ଧ୍ୱଂସସ୍ତୁପ ତଳେ ବହୁ ଲୋକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଗାମୀ ଦିନରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ଆଶଙ୍କା କରାଯାଉଛି।