ହାଫିଜ ସଇଦ ସହ ପାଲେଷ୍ଟାଇନ ରାଷ୍ଟ୍ରଦୂତ, ଭାରତର କଡା ସମାଲୋଚନା

ନୂଆଦିଲ୍ଲୀ: ହାଫିଜ୍ ସୟିଦ୍‌ ରାଲିରେ ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ ଯୋଗ ଦେବା ଘଟଣାକୁ ଗୁରୁତର ସହ ନେଇଛି ଭାରତ। ଘଟଣାରେ ଦିଲ୍ଲୀରେ ଅବସ୍ଥାପିତ ପାଲେଷ୍ଟାଇନ୍ ଦୂତାବାସ ସହ ଆଲୋଚନା କରିଛି ବୈଦେଶିକ ବିଭାଗ। ପାଲେଷ୍ଟାଇନ୍ ରାଷ୍ଟ୍ର ପ୍ରତିନିଧି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏନେଇ ପାକିସ୍ତାନ ଦୂତାବାସ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜେରୁଜେଲମ ପ୍ରସଙ୍ଗରେ ସମର୍ଥନ ସତ୍ତ୍ୱେ ଭାରତର ଏକ ନମ୍ବର ଶତ୍ରୁ ହାଫିଜ ସଇଦ ସହ ପାଲେଷ୍ଟାଇନ ରାଷ୍ଟ୍ରଦୂତଙ୍କୁ ଏକାଠି ଦେଖିବା […]

saeed-ambassador-647_123017103254

Rakesh Mallick
  • Published: Saturday, 30 December 2017
  • , Updated: 30 December 2017, 08:54 PM IST

ନୂଆଦିଲ୍ଲୀ: ହାଫିଜ୍ ସୟିଦ୍‌ ରାଲିରେ ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ ଯୋଗ ଦେବା ଘଟଣାକୁ ଗୁରୁତର ସହ ନେଇଛି ଭାରତ। ଘଟଣାରେ ଦିଲ୍ଲୀରେ ଅବସ୍ଥାପିତ ପାଲେଷ୍ଟାଇନ୍ ଦୂତାବାସ ସହ ଆଲୋଚନା କରିଛି ବୈଦେଶିକ ବିଭାଗ। ପାଲେଷ୍ଟାଇନ୍ ରାଷ୍ଟ୍ର ପ୍ରତିନିଧି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏନେଇ ପାକିସ୍ତାନ ଦୂତାବାସ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଜେରୁଜେଲମ ପ୍ରସଙ୍ଗରେ ସମର୍ଥନ ସତ୍ତ୍ୱେ ଭାରତର ଏକ ନମ୍ବର ଶତ୍ରୁ ହାଫିଜ ସଇଦ ସହ ପାଲେଷ୍ଟାଇନ ରାଷ୍ଟ୍ରଦୂତଙ୍କୁ ଏକାଠି ଦେଖିବା ପରେ ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଯାହାକୁ ନେଇ ପାଲେଷ୍ଟାଇନ୍‌ ଦୂତାବାସ ସହ କଥାବାର୍ତ୍ତ କରାଯାଇଥିଲା। ଦୂତାବାସ ପକ୍ଷରୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରାଯିବା ସହ  ପାକିସସ୍ତାନରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ ଅଦନାନ ଅବୁ ଅଲ୍ଳୀ ହଇଜା୍ । ଉଭୟ ଦେଶ ମଧ୍ୟରେ ପୂର୍ବ ଭଳି ସୁସମ୍ପର୍କ ବଜାଏ ରହିବ ବୋଲି ଆଶ୍ୱାସନା ଦେଇଛନ୍ତି ଅଦନାନ୍ ।

ପାକିସ୍ତାନ ରାୱଲପିଣ୍ଡିର ଏକ ସଭାରେ ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ ୱାଲିଦ୍ ଅବୁ ଅଲ୍ଳୀଙ୍କୁ ଦେଖିବାକୁ ମିଳିଥିଲା ସଭାରେ ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ ହାଫିଜ୍ ସେୟିଦ୍‌ଙ୍କ ସହ ଥିଲେ ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ।   କିଛି ପାକିସ୍ତାନୀ  ଗଣମାଧ୍ୟମ ଏବଂ ଆର୍ନ୍ତଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କୀତ ଖବର ପ୍ରସାରଣ ହେବା ପରେ ଘଟଣାକୁ ନେଇ ତର୍ଜମା ଆରମ୍ଭ ହୋଇଥିଲା।

Related story