ପାଲଘର ହତ୍ୟା ଘଟଣାରେ ୩୫ ପୁଲିସ କର୍ମଚାରୀଙ୍କ ବଦଳି

ପାଲଘର: ଏପ୍ରିଲ ୧୬ରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ହୋଇଥିବା ହତ୍ୟା ଘଟଣାରେ ପୁଲିସ କର୍ମଚାରୀଙ୍କ ବଦଳି କରିଛନ୍ତି ସରକାର। ହତ୍ୟା ଘଟଣାର ୧୨ ଦିନ ପରେ ମହାରାଷ୍ଟ୍ର ସରକାର ୩୫ ପୁଲିସ କର୍ମଚାରୀଙ୍କର ବଦଳି କରିଛନ୍ତି। ଦୁଇ ଜଣ ସାଧୁ ଏବଂ ତାଙ୍କର ଡ୍ରାଇଭର ଏପ୍ରିଲ ୧୬ରେ ହତ୍ୟାର ଶିକାର ହୋଇଥିଲେ। ପୂର୍ବରୁ ଏହି ହତ୍ୟା ଘଟଣାରେ ସରକାର ୨ ଜଣ ପୁଲିସ ଅଫିସରଙ୍କୁ ନିଲମ୍ୱିତ କରି ସିଆଇଡିକୁ ମାମଲା ହସ୍ତାନ୍ତର କରିସାରିଛନ୍ତି। ବଦଳି ହୋଇଥିବା ପୁଲିସ […]

PALGHR MOB LYNCHING

Subhransu Sekhar
  • Published: Wednesday, 29 April 2020
  • , Updated: 29 April 2020, 10:06 AM IST

ପାଲଘର: ଏପ୍ରିଲ ୧୬ରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ହୋଇଥିବା ହତ୍ୟା ଘଟଣାରେ ପୁଲିସ କର୍ମଚାରୀଙ୍କ ବଦଳି କରିଛନ୍ତି ସରକାର। ହତ୍ୟା ଘଟଣାର ୧୨ ଦିନ ପରେ ମହାରାଷ୍ଟ୍ର ସରକାର ୩୫ ପୁଲିସ କର୍ମଚାରୀଙ୍କର ବଦଳି କରିଛନ୍ତି। ଦୁଇ ଜଣ ସାଧୁ ଏବଂ ତାଙ୍କର ଡ୍ରାଇଭର ଏପ୍ରିଲ ୧୬ରେ ହତ୍ୟାର ଶିକାର ହୋଇଥିଲେ। ପୂର୍ବରୁ ଏହି ହତ୍ୟା ଘଟଣାରେ ସରକାର ୨ ଜଣ ପୁଲିସ ଅଫିସରଙ୍କୁ ନିଲମ୍ୱିତ କରି ସିଆଇଡିକୁ ମାମଲା ହସ୍ତାନ୍ତର କରିସାରିଛନ୍ତି।

ବଦଳି ହୋଇଥିବା ପୁଲିସ କର୍ମଚାରୀ ପାଲଘର ଜିଲ୍ଲାର କସ ପୁଲିସ ଷ୍ଟେସନରେ ନିୟୋଜିତ ଥିଲେ। ଯେଉଁଠାରେ ଏହି ହତ୍ୟା ଘଟଣା ଘଟିଛି। ପୁଲିସ ଏହି ଘଟଣାରେ ୧୧୦ ଜଣ ସ୍ଥାନୀୟ ଲୋକଙ୍କୁ ଗିରଫ କରିଛି। ଏଥିମଧ୍ୟରୁ ଅନେକଙ୍କର ରାଜନୀତିକ ଲିଙ୍କ୍ ରହିଛି।

Related story