ପପ୍ପୁ, ଫେକୁ...ନେତାଙ୍କ ନିକ୍‌ ନେମ୍ ଶୁଣି ବିଗିଡ଼ି ଗଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ବିଜେପିକୁ  ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟ ନିର୍ବାଚନ ପ୍ରସଙ୍ଗରେ ଦଳ ପକ୍ଷରୁ ପ୍ରକାଶ ପାଉଥିବା  ବିଜ୍ଞାପନରେ  ‘ପପ୍ପୁ’ ଉଲ୍ଲେଖ ନ କରିବକାରୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟତଃ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ବିଜେପି ସମାଲୋଚନା କରିବା ତା’ର ପ୍ରତ୍ୟେକ ପ୍ରପାଗଣ୍ଡାରେ ରାହୁଲଙ୍କୁ ‘ପପ୍ପୁ ’ଆକ୍ଷେପ କରି କଟାକ୍ଷ କରିଥାଏ। ଏହି କାରଣରୁ  ଏକ ଆବେଦନରେ ଶୁଣାଣି କରି ନିର୍ବାଚନ କମିଶନର ‘ପପ୍ପୁ’ ଶବ୍ଦକୁ ନ ଲେଖିବାକୁ କହିଛନ୍ତି। […]

Nick Name

Rakesh Mallick
  • Published: Wednesday, 15 November 2017
  • , Updated: 16 November 2017, 10:41 PM IST

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ବିଜେପିକୁ  ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟ ନିର୍ବାଚନ ପ୍ରସଙ୍ଗରେ ଦଳ ପକ୍ଷରୁ ପ୍ରକାଶ ପାଉଥିବା  ବିଜ୍ଞାପନରେ  ‘ପପ୍ପୁ’ ଉଲ୍ଲେଖ ନ କରିବକାରୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟତଃ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ବିଜେପି ସମାଲୋଚନା କରିବା ତା’ର ପ୍ରତ୍ୟେକ ପ୍ରପାଗଣ୍ଡାରେ ରାହୁଲଙ୍କୁ ‘ପପ୍ପୁ ’ଆକ୍ଷେପ କରି କଟାକ୍ଷ କରିଥାଏ। ଏହି କାରଣରୁ  ଏକ ଆବେଦନରେ ଶୁଣାଣି କରି ନିର୍ବାଚନ କମିଶନର ‘ପପ୍ପୁ’ ଶବ୍ଦକୁ ନ ଲେଖିବାକୁ କହିଛନ୍ତି।  ଯଦି ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରି ପୁଣି   କୌଣସି ବିଜ୍ଞାପନରେ  ଏହି ଶବ୍ଦ ବ୍ୟବହାର କରାଯାଏ ତେବେ ନିର୍ବାଚନ କମିଶନଙ୍କୁ ଅବମାନନା ଧରି ନିଆଯିବ ବୋଲି କମିଶନର କହିଛନ୍ତି। ଅବସ୍ୟ ରାଜନୈତିକ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ନାମରେ କଟାକ୍ଷ କରିବା କେବଳ ରାହୁଲଙ୍କ ପାଖରେ ସୀମିତ ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ କଂଗ୍ରେସ ପକ୍ଷରୁ ‘ଫେକୁ’ ସମ୍ବୋଧନ କହି ଥଟ୍ଟା ପରିହାସ କରାଯାଇଥାଏ। ଏହି  ତାଲିକାରେ ମୁଲାୟମ ସିଂ ଯାଦବ, ଲାଲୁ ପ୍ରସାଦ ଯାଦବ ଏବଂ କେଜ୍ରିୱାଲ ପ୍ରମୁଖ ନେତା ମଧ୍ୟ ଅଛନ୍ତି। ତେବେ ଏଭଳି ନାମକଣ କିଏ ଏବଂ କାହିଁକି କରିଥାଏ ? ଆଉ ଏହା ପଛରେ ମୁଖ୍ୟ ଖଳନାକୟକ କିଏ ଆସନ୍ତୁ ସେ ସମ୍ପର୍କରେ କିଛି ତଥ୍ୟ ଜାଣିବା।

ରାଜନେତାଙ୍କୁ କାର୍ଟୁନ କରିବା ପାଇଁ ସେମାନଙ୍କୁ ଭିନ୍ନ ଭିନ୍ନ ନାମକରଣ ନେଇ କେଁଠି ଉତ୍ପତି ହେଉଛି ବୋଲି ଯଦି ପ୍ରଶ୍ନ ଆସେ ତେବେ ଏହାର ଉତ୍ତର ହେଉଛି ସୋସିଆଲ ମିଡିଆ। କାରଣ ଦଳର ପ୍ରଚାର ପ୍ରସାର ଏବଂ ଅନ୍ୟକୁ ସମାଲୋଚନା କରି ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଏହି ମିଡିଆ ସବୁଠୁ ଶକ୍ତିଶାଳୀ ମାଧ୍ୟମ।  ଏହି ସୋସିଆଲ ମିଡିଆରେ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକର ଅଫସିଆଲ ଗ୍ରୁପ୍‌ ରହିଛି। ଏହି ଗ୍ରୁପରେ ଦଳ ଦଳ ବିରୋଧରେ ଯାବତୀୟ ଆକ୍ଷେପ ଏବଂ ପ୍ରତିଆକ୍ଷେପମୂଳକ ମନ୍ତବ୍ୟ ଆସିଥାଏ। ବିରୋଧୀଙ୍କୁ ସମାଲୋଚନା ଏବଂ ଲୋକଙ୍କୁ ବିଭ୍ରାନ୍ତି କରିବାକୁ ଯାଇ ନେତାଙ୍କୁ ମନଇଚ୍ଛା ନାମକରଣ କରାଯାଇ ଥାଏ। ଯେବେଠାରୁ ସାଇବର ପଲଟିକ୍ସ ଟ୍ରେଣ୍ଡ ଆରମ୍ଭ ହେଲା ସେବେଠୁଁ ଏଭଳି ହୀନ ରାଜନୀତି  କରାଯାଇ ଆସୁଛି।  କେବଳ ‘ପପ୍ପୁ’ କି ‘ଫେକୁ’ ନୁହଁ , ଭାଗୋଡ଼ା, ଖୁଜଲୀୱାର, ମଫଲର ମ୍ୟାନ୍‌ ଆଦି ଶବ୍ଦ ବ୍ୟବହାର କରାଯାଉଛି।

ଆହୁରି ମଧ୍ୟ ପଢନ୍ତୁ: ଏମିତି ଭଦ୍ର ଆମ ମନ୍ତ୍ରୀ: ଯାହାଙ୍କ ଭାଷଣ ଶୁଣି ମୁହଁରେ ହାତ ଦେଲେ ମହିଳା, ଦେଖନ୍ତୁ ଭିଡିଓ

ସବୁଠୁ ବଡ଼ କଥା ହେଉଛି ବିଭିନ୍ନ ରାଜନୈତିକ ଦଳର ସୋସିଆଲ ମିଡିଆକୁ ନିୟନ୍ତ୍ରଣ ପାଇଁ ସୋସିଆଲ ସେଲ ରହିଛି। ଏହି ସୋସିଆଲ ସେଲରେ ଲକ୍ଷାଧିକ ଟଙ୍କା ଦରମା ଦେଇ ବ୍ୟଙ୍ଗକାର ଏବଂ ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦିଆଯାଉଛି। ଖାସ୍ କରି ଅନ୍ୟ ଦଳ ବିରୋଧରେ ବିଭିନ୍ନ ପ୍ରକାର ସମାଲୋଚନାମୂଳକ ଶବ୍ଦ, ଟାଇଟଲ ଏବଂ ନିଜ ଦଳ ନାମରେ ଭଲ ପଞ୍ଚଲାଇନ୍‌ ଲେଖି ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବାକୁ ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥାଏ।  ଆଉ ସେହି ଅନୁଯାୟୀ ବ୍ଲୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତି ହୋଇଥାଏ। ଏହାର ମୁଖ୍ୟ ପ୍ଲାଟଫର୍ମ ହେଉଛି ଫେସବୁକ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ ଏବଂ ହ୍ୱାଟସ୍‌ଆପ୍।  ସେହିପରି ବିଭିନ୍ନ ପ୍ରକାର ଭଡିଓ ମଧ୍ୟ ତିଆରି କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥାଏ। ଯାହା ଗଣତନ୍ତ୍ର ପ୍ରତି ଏକ ଅସୁସ୍ଥ ପରମ୍ପରା କହିଲେ ଅତ୍ୟୁକ୍ତି ହେବ ନାହିଁ।

Related story