ହଜିଯାଇଥିବା ପୁଅକୁ ଖୋଜି ଆଣିଲା ଦୂରଦର୍ଶନ

କୋଲକାତା: ଅଢ଼େଇ ବର୍ଷ ତଳେ ହଜିଯାଇଥିବା ୧୩ ବର୍ଷୀୟ ଦିବ୍ୟାଙ୍ଗ ପୁଅକୁ ଖୋଜି ଆଣିଦେଇଛି ଦୂରଦର୍ଶନ କୋଲକାତା। ଏବେ ପୁଅକୁ ପାଇ କାର୍ତ୍ତିକ ଶ’ ଏବେ ଖୁବ ଖୁସି। ଟିଭିରେ ପଶ୍ଚିମବଙ୍ଗ ସରକାରଙ୍କ ସେରିକଲଚର ବିଭାଗର ଅଧିକାରୀ ମୋଶଲେମ୍ ମୁନଶୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଦିବ୍ୟାଙ୍ଗଙ୍କ ବାବଦରେ ଖବର ପରିବେଷଣ ହେଉଥିଲା। ସେହି ସମୟରେ ନିଖୋଜ ପୁଅର ବାପା କାର୍ତ୍ତିକ ଶ’ ଟିଭି ଦେଖୁଥିଲେ। ଦିବ୍ୟାଙ୍ଗଙ୍କ ପାଇଁ ତିଆରି ହୋଇଥିବା ଘରେ ତାଙ୍କ ପୁଅ ଥିବାର ଦେଖିବାକୁ […]

kolkata

Subhransu Sekhar
  • Published: Wednesday, 18 September 2019
  • , Updated: 18 September 2019, 05:23 PM IST

କୋଲକାତା: ଅଢ଼େଇ ବର୍ଷ ତଳେ ହଜିଯାଇଥିବା ୧୩ ବର୍ଷୀୟ ଦିବ୍ୟାଙ୍ଗ ପୁଅକୁ ଖୋଜି ଆଣିଦେଇଛି ଦୂରଦର୍ଶନ କୋଲକାତା। ଏବେ ପୁଅକୁ ପାଇ କାର୍ତ୍ତିକ ଶ’ ଏବେ ଖୁବ ଖୁସି।

ଟିଭିରେ ପଶ୍ଚିମବଙ୍ଗ ସରକାରଙ୍କ ସେରିକଲଚର ବିଭାଗର ଅଧିକାରୀ ମୋଶଲେମ୍ ମୁନଶୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଦିବ୍ୟାଙ୍ଗଙ୍କ ବାବଦରେ ଖବର ପରିବେଷଣ ହେଉଥିଲା। ସେହି ସମୟରେ ନିଖୋଜ ପୁଅର ବାପା କାର୍ତ୍ତିକ ଶ’ ଟିଭି ଦେଖୁଥିଲେ। ଦିବ୍ୟାଙ୍ଗଙ୍କ ପାଇଁ ତିଆରି ହୋଇଥିବା ଘରେ ତାଙ୍କ ପୁଅ ଥିବାର ଦେଖିବାକୁ ପାଇଥିଲେ। ଏହାପରେ କାର୍ତ୍ତିକ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ କଥା ହୋଇଥିଲେ।

ଏହାପରେ ନଦିଆ ଜିଲ୍ଲାରେ ମୋଶଲେମ୍ ମୁନଶୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଦିବ୍ୟାଙ୍ଗଙ୍କ ଅନୁଷ୍ଠାନ ଯାଇ ପୁଲିସ କାର୍ତ୍ତିକଙ୍କ ୧୩ ବର୍ଷୀୟ ପୁଅକୁ ଉଦ୍ଧାର କରିଛି। ମୋଶଲେମ୍ ପ୍ରତିକ୍ରିୟାରେ କହିଛନ୍ତି ଦେଢ଼ ବର୍ଷ ତଳେ ଏହି ଦିବ୍ୟାଙ୍ଗ ବାଳକଙ୍କୁ ଜିଲ୍ଲା ଶିଶୁ ଅଧିକାରୀ କାଳିଘାଟ ଜିଲ୍ଲାରେ ଥିବା ନିର୍ମଳା ହୃଦୟ ଆଶ୍ରମକୁ ପଠାଇ ଦେଇଥିଲେ। ଏହାପରେ ସେ ତାଙ୍କୁ ତାଙ୍କ ଆଶ୍ରମକୁ ଆଣିଥିଲେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଏହି ଦିବ୍ୟାଙ୍ଗ ବାଳକ ୧୦ ଫେବୃଆରୀ, ୨୦୧୭ରେ ଉତ୍ତର କୋଲକାତାର ଅହିରତୋଳା ନିବାସରୁ ନିଖୋଜ୍ ହୋଇଯାଇଥିଲେ। ମାନସିକ ଭାବରେ ସେ ଅସୁସ୍ଥ। ଏହାପରେ ତାଙ୍କ ବାପା ପୁଲିସରେ ଏତଲା ଦେଇଥିଲେ ବୋଲି ଜଣାପଡ଼ିଛି।

ରବିବାର କାର୍ତ୍ତିକ ଓ ତାଙ୍କ ସ୍ତ୍ରୀ ମୋଶଲେମଙ୍କ ସହ ଫୋନରେ ଯୋଗାଯୋଗ କରି ସମସ୍ତ କଥା କହିଥିଲେ। ଏହାପରେ ତାଙ୍କ ହଜିଯାଇଥିବା ପୁଅକୁ କାର୍ତ୍ତିକ ପାଇଥିଲେ ବୋଲି ମୋଶଲେମ୍ କହିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ କାର୍ତ୍ତିକଙ୍କୁ ତାଙ୍କ ପୁଅକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।

Related story