ଶତ୍ରୁକୁ ତା’ ଭାଷାରେ ଦିଆଯିବ ଜବାବ: ପାରିକର
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ସୋମବାର ପରୋକ୍ଷରେ ପାକିସ୍ତାନକୁ ଦେଇଛନ୍ତି କଡ଼ା ଚେତାବନୀ। ଆଜି ସେନା ଦିବସ ପାଳନ ଅବସରରେ ସେ ପାକିସ୍ତାନର ନାଁ ନନେଇ କହିଥିଲେ,‘ଯଦି କେହି ତୁମକୁ କେହି କ୍ଷତି ପହଞ୍ଚାଉଛି, ତା’ହେଲେ ସେ କେବଳ ସେହି ଭାଷା ହିଁ ବୁଝୁଛି। ଶତ୍ରୁ କରୁଥିବା କ୍ଷତିର ଅନୁଭବ ସେ ସେତେବେଳେ କରିପାରିବ ଯେତେବେଳେ ତା’ର ସେହି ପ୍ରକାରର କ୍ଷତି ଘଟା ଯିବ।’ ପାରିକର କହିଥିଲେ ଯେ ଏହା ତାଙ୍କର ନିଜସ୍ୱ ମତ। ଏହାକୁ […]
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ସୋମବାର ପରୋକ୍ଷରେ ପାକିସ୍ତାନକୁ ଦେଇଛନ୍ତି କଡ଼ା ଚେତାବନୀ। ଆଜି ସେନା ଦିବସ ପାଳନ ଅବସରରେ ସେ ପାକିସ୍ତାନର ନାଁ ନନେଇ କହିଥିଲେ,‘ଯଦି କେହି ତୁମକୁ କେହି କ୍ଷତି ପହଞ୍ଚାଉଛି, ତା’ହେଲେ ସେ କେବଳ ସେହି ଭାଷା ହିଁ ବୁଝୁଛି। ଶତ୍ରୁ କରୁଥିବା କ୍ଷତିର ଅନୁଭବ ସେ ସେତେବେଳେ କରିପାରିବ ଯେତେବେଳେ ତା’ର ସେହି ପ୍ରକାରର କ୍ଷତି ଘଟା ଯିବ।’
ପାରିକର କହିଥିଲେ ଯେ ଏହା ତାଙ୍କର ନିଜସ୍ୱ ମତ। ଏହାକୁ ସରକାରଙ୍କ ମତ ବୋଲି ବିଚାର କରାଯିବା ଉଚିତ୍ ନୁହେଁ। ତାଙ୍କର ନିଜସ୍ୱ ଭାବନା ହେଉଛି ଯିଏ କୌଣସି ଦେଶକୁ କ୍ଷତି ପହଞ୍ଚାଏ, ତାକୁ ବି ସେହି ଭାଷାରେ ଜବାବ ଦିଆଯିବା ଉଚିତ୍। ତା’ହେଲେ ଯାଇ ସେ କରି ଥିବା କ୍ଷତିର ଅନୁଭବ କରିପାରିବ। ଏହି ଜବାବ କେତେବେଳେ ଓ କେଉଁଠାରେ କରାଯିବା କଥା ତାହା କେବଳ ଆମେ ସ୍ଥିର କରିବା କଥା। ଜବାବ ନ ଦେଲେ ଶତ୍ରୁ ତା’ର ଆକ୍ରମଣ ବାରମ୍ବାର ଜାରି ରଖିବ।
ଏହା ସହିତ ସେ ପଠାନକୋଟରେ ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସେମାନଙ୍କୁ ପ୍ରଶଂସା କରିଥିଲେ।