ପାକ୍ ସେନାର ଗୁଳିମାଡରେ ୬ ମୃତ, ବିଜେପି ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ପାକ୍ ସେନାର ଗୁଳି ମାଡ ଯୋଗୁଁ ରବିବାର ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଗତ ଶନିବାରଠାରୁ  ପୁଞ୍ଚ ଜିଲ୍ଲାର ଚାରୋଟି ସେକ୍ଟରରେ ପାକ ସେନା ପକ୍ଷରୁ ଗୁଳି ମାଡ କରାଯାଉଥିବା ବେଳେ ଆଜିର ଘଟଣାକୁ ମିଶାଇ ଏଯାବତ୍ ୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଆଜି ଭୋର ୩ଟାରୁ ପୁଣି ପାକସେନା ପକ୍ଷରୁ ଯୁଦ୍ଧ ବିରତି ନିୟମ ଉଲ୍ଲଂଘନ ପୂର୍ବକ ଗୁଳିମାଡ […]

jamu

Rakesh Mallick
  • Published: Sunday, 16 August 2015
  • , Updated: 16 August 2015, 07:43 AM IST

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ପାକ୍ ସେନାର ଗୁଳି ମାଡ ଯୋଗୁଁ ରବିବାର ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଗତ ଶନିବାରଠାରୁ  ପୁଞ୍ଚ ଜିଲ୍ଲାର ଚାରୋଟି ସେକ୍ଟରରେ ପାକ ସେନା ପକ୍ଷରୁ ଗୁଳି ମାଡ କରାଯାଉଥିବା ବେଳେ ଆଜିର ଘଟଣାକୁ ମିଶାଇ ଏଯାବତ୍ ୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଆଜି ଭୋର ୩ଟାରୁ ପୁଣି ପାକସେନା ପକ୍ଷରୁ ଯୁଦ୍ଧ ବିରତି ନିୟମ ଉଲ୍ଲଂଘନ ପୂର୍ବକ ଗୁଳିମାଡ କରାଯାଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଏ ଘଟଣାନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ରର ଏନଡିଏ ସରକାରକୁ ସମାଲୋଚନା କରାଯାଇଛି। କଂଗ୍ରେସନେତା ମନୀଷ ତିୱାରୀ କହିଛନ୍ତି ଯେ, ଦେଶର ଅଖଣ୍ଡତା ସହିତ ସରକାର ବୁଝାମଣା କରି ନେଇଛନ୍ତି। ଆଉ ପାକିସ୍ତାନ ଏହାକୁ ଯେମିତି ୨୧ ବନ୍ଧୁକର ସଲାମୀ ଦେଉଛି।

Related story