ଗାନ୍ଧି ପରିବାରକୁ ଆଉ ମିଳିବନି ଏସପିଜି ସୁରକ୍ଷା, ରାଜ୍ୟସଭାରେ ବିଲ ପାସ୍‌

ନୂଆଦିଲ୍ଲୀ: ସ୍ପେଶାଲ ପ୍ରୋଟେକସନ୍‌ ଗ୍ରୁପ୍‌(ଏସପିଜି) ସଂଶୋଧିତ ବିଲ ୨୦୧୯ ଲୋକସଭା ପରେ ରାଜ୍ୟସଭାରେ ପାସ ହୋଇଛି। ତେବେ ଏହି ବିଲ୍‌ ପାସ୍‌ ହେବା ବେଳେ ଏହାକୁ ବିରୋଧ କରି କଂଗ୍ରେସର ସାଂସଦମାନେ ରାଜ୍ୟସଭାର କକ୍ଷ ପରିତ୍ୟାଗ କରିଥିଲେ। ଏହାପରେ ଭୟସ ଭୋଟ ଜରିଆରେ ଏହା ପାସ ହୋଇଛି। ଏବେ ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପାଇଁ ପଠାଯିବ। ଗାନ୍ଧି ପରିବାର ସଦସ୍ୟଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ଏଭଳି ବିଲ […]

dcx

Hemant Lenka
  • Published: Tuesday, 03 December 2019
  • , Updated: 03 December 2019, 05:35 PM IST

ନୂଆଦିଲ୍ଲୀ: ସ୍ପେଶାଲ ପ୍ରୋଟେକସନ୍‌ ଗ୍ରୁପ୍‌(ଏସପିଜି) ସଂଶୋଧିତ ବିଲ ୨୦୧୯ ଲୋକସଭା ପରେ ରାଜ୍ୟସଭାରେ ପାସ ହୋଇଛି। ତେବେ ଏହି ବିଲ୍‌ ପାସ୍‌ ହେବା ବେଳେ ଏହାକୁ ବିରୋଧ କରି କଂଗ୍ରେସର ସାଂସଦମାନେ ରାଜ୍ୟସଭାର କକ୍ଷ ପରିତ୍ୟାଗ କରିଥିଲେ। ଏହାପରେ ଭୟସ ଭୋଟ ଜରିଆରେ ଏହା ପାସ ହୋଇଛି।

ଏବେ ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପାଇଁ ପଠାଯିବ। ଗାନ୍ଧି ପରିବାର ସଦସ୍ୟଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ଏଭଳି ବିଲ ଆଣିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ହେଲେ ସଂସଦ ଏହାକୁ ଆଇନରେ ପରିଣତ କରିବାକୁ ଆଜି ଅନୁମତି ଦେଇଛି।

ନୂଆ ଏସପିଜି ବିଲ ଅନୁଯାୟୀ, ଏଣିକି କେବଳ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ଏସପିଜି ସୁରକ୍ଷା ମିଳିବ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ଅଫିସ ଛାଡ଼ିବାର ୫ ବର୍ଷ ଯାଏ ଏସପିଜି ସୁରକ୍ଷା ମିଳିବ।

ଆଜି ବିଲ୍‌ ଉପରେ ରାଜ୍ୟସଭାରେ ମତ ରଖି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, “ଆମେ ଗାନ୍ଧି ପରିବାରକୁ ଦୃଷ୍ଟିରେ ରଖି ଯେ ଏସପିଜି ସଂଶୋଧିତ ବିଲ ଆଣିଛୁ ବୋଲି କହିବାକୁ ସଂପୂର୍ଣ୍ଣ ଭାବେ ଭୁଲ। ବିଲ୍‌ ଆଣିବା ପୂର୍ବରୁ ଗାନ୍ଧି ପରିବାର ସଦସ୍ୟଙ୍କ ସୁରକ୍ଷା ବ୍ୟବସ୍ଥାକୁ ତର୍ଜମା କରାଯାଇଥିଲା। ଏହାପରେ ଯାଇ ସେମାନଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଥିଲା।

୫ମ ଥର ପାଇଁ ଏସପିଜି ଆଇନରେ ଏଭଳି ସଂଶୋଧନ କରାଯାଇଛି। ଆମେ ଗାନ୍ଧି ପରିବାରକୁ ଦୃଷ୍ଟିରେ ରଖି ସଂଶୋଧନ କରିନାହୁଁ। କିନ୍ତୁ ଗାନ୍ଧି ପରିବାରକୁ ଦୃଷ୍ଟିରେ ରଖି ପୂର୍ବରୁ ୪ଥର ଏହି ଆଇନରେ ସଂଶୋଧନ ହୋଇଥିଲା। କାହିଁକି କଂଗ୍ରେସ କେବଳ ଗାନ୍ଧି ପରିବାର ପାଇଁ ଏସପିଜି ସୁରକ୍ଷା ଦାବି କରୁଛି?

ସୁରକ୍ଷା ବ୍ୟବସ୍ଥାକୁ କେହି କେବେ ନିଜର ଷ୍ଟାଟସ ଚିହ୍ନ ଭାବେ ବ୍ୟବହାର କରିପାରିବେ ନାହିଁ। ଏସପିଜି ସୁରକ୍ଷା ଦେଶର ମୁଖ୍ୟଙ୍କୁ ଦିଆଯାଏ। ଆମେ ଏହାକୁ ଯେକୌଣସି ବ୍ୟକ୍ତିଙ୍କୁ ଦେଇ ପାରିବୁ ନାହିଁ। ଆମେ ଗୋଟିଏ ପରିବାରକୁ ବିରୋଧ କରୁନାହୁଁ। ଆମେ ବଂଶବାଦ ରାଜନୀତିକୁ ବିରୋଧ କରୁଛୁ।”

ସିପିଆଇଏମ ପକ୍ଷରୁ ଏନଡିଏ ସରକାର ଆକ୍ରୋଶ ମୂଳକ ରାଜନୀତି କରୁଥିବା ଅଭିଯୋଗ କରିବାରୁ ଏହାର ଜବାବ ଶାହ ଦେଇଛନ୍ତି। ସେ କହିଛନ୍ତି, “ରାଜନୀତି ଆକ୍ରୋଶରେ ଆମେ ସରକାର ଚଳାଉଛି ବୋଲି କହିବାକୁ ସିପିଆଇଏମର ଯୋଗ୍ୟତା କିମ୍ବା ହକ୍‌ ନାହିଁ। କାରଣ ସିପିଆଇଏମ ରାଜନୀତିକ ଆକ୍ରୋଶ ରଖି କେରଳରେ ୧୨୦ ଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଛନ୍ତି।”

ପ୍ରିୟଙ୍କା ଗାନ୍ଧିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଉପରେ ମଧ୍ୟ ଶ୍ରୀ ଶାହ ମତ ରଖିଛନ୍ତି। ସେ କହିଛନ୍ତି, “ଘଟଣାର ବିସ୍ତୃତ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୩ ଜଣ ଅଧିକାରୀଙ୍କୁ ଏହି ଘଟଣାରେ ନିଲମ୍ବିତ କରାଯାଇଛି। ତେଣୁ ଏହାକୁ ନେଇ ମିଡିଆରେ ପ୍ରସଙ୍ଗ ନ କରିବା ଭଲ।”

 

Related story