କାର୍ଟୁନିଷ୍ଟ ସୁଧୀର ତୈଲଙ୍ଗଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶର ଅନ୍ୟତମ ପ୍ରସିଦ୍ଧ କାର୍ଟୁନିଷ୍ଟ ସୁଧୀର ତୈଲାଙ୍ଗଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ୪ ମାସ ଧରି ବ୍ରେନ୍ କ୍ୟାନସରରେ ପୀଡିତ ଥିଲେ। ଗୁଡଗାଁଓର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ୧୯୬୦ ମସିହାରେ ରାଜସ୍ଥାନର ବିକାନରରେ ଜନ୍ମ ଗ୍ରହଣ କରିଥିଲେ ସୁଧୀର। ୧୯୮୨ ମସିହାରେ ଇଲୁଷ୍ଟ୍ରେଟେଡ୍ ୱିକ୍ଲି ଅଫ୍ ଇଣ୍ଡିଆରୁ ସେ ନିଜର କାର୍ଟୁନିଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ତା’ପରେ ଆଉ ପଛକୁ […]

Sudhir Tailang2

Rakesh Mallick
  • Published: Saturday, 06 February 2016
  • , Updated: 06 February 2016, 03:37 PM IST

ନୂଆଦିଲ୍ଲୀ: ଦେଶର ଅନ୍ୟତମ ପ୍ରସିଦ୍ଧ କାର୍ଟୁନିଷ୍ଟ ସୁଧୀର ତୈଲାଙ୍ଗଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ୪ ମାସ ଧରି ବ୍ରେନ୍ କ୍ୟାନସରରେ ପୀଡିତ ଥିଲେ। ଗୁଡଗାଁଓର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।

୧୯୬୦ ମସିହାରେ ରାଜସ୍ଥାନର ବିକାନରରେ ଜନ୍ମ ଗ୍ରହଣ କରିଥିଲେ ସୁଧୀର। ୧୯୮୨ ମସିହାରେ ଇଲୁଷ୍ଟ୍ରେଟେଡ୍ ୱିକ୍ଲି ଅଫ୍ ଇଣ୍ଡିଆରୁ ସେ ନିଜର କାର୍ଟୁନିଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ତା’ପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ସେ ବନିଯାଇଥିଲେ ଦେଶର ଅନ୍ୟତମ ବିଶିଷ୍ଟ କାର୍ଟୁନିଷ୍ଟ। ନିଜର ନିଆରା କାର୍ଟୁନ ପାଇଁ ସେ ସର୍ବଦା ମନେ ରହିବେ। ନିକଟରେ ତାଙ୍କର କାର୍ଟୁନ ସମ୍ବଳିତ ପୁସ୍ତକ ‘ନୋ,ପ୍ରାଇମିନିଷ୍ଟର’ ପାଇଁ ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ।

Related story