ଲକ୍ଷ୍ନୌ: ଭାରତର ଧର୍ମ ନିରପେକ୍ଷତାକୁ ସାରା ବିଶ୍ୱ ସମ୍ମାନ ଦେଇଥାଏ। ଆମ ଦେଶର ଏହି ମହାନତାକୁ ଲୋକେ ଉଦାହରଣ ଭାବେ କହିଥାନ୍ତି। ଏଠାରେ ସବୁ ଧର୍ମର ଲୋକଙ୍କୁ ସମାନ ଅଧିକାର ଦିଆଯାଇଛି। ଜଣେ ଚାହିଁଲେ, ଅନ୍ୟ ଧର୍ମରେ ବିବାହ ମଧ୍ୟ କରିପାରିବ। ଏଥିରେ କୌଣସି ପ୍ରତିବନ୍ଧକ ନାହିଁ। ହେଲେ କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ରୁଗ୍ଣ ମାନସିକତା ପାଇଁ ଆମର ଏହି ମହାନ ଧର୍ମ ନିରପେକ୍ଷତା ଆଦର୍ଶରେ କଳଙ୍କ ଲଗାଇବାକୁ ପଛାଉ ନାହାଁନ୍ତି। ଏପରି କିଛି କରି ଜଣେ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ ହେବାକୁ ପଡିଛି। ଆସନ୍ତୁ ଜାଣିବା କିଏ ଏହି ସରକାରୀ ଅଧିକରୀ ଓ ସେ କି କାଣ୍ଡ କରିଛନ୍ତି।
ଅଭିଯୋଗ ଅନୁସାରେ, ଏକ ହିନ୍ଦୁ-ମୁସଲିମ୍ ଦମ୍ପତି ପାସ୍ପୋର୍ଟ ପାଇଁ ଲକ୍ଷ୍ନୌ ପାସ୍ପୋର୍ଟ ଅଫିସ୍ରେ ଆବେଦନ କରିଥିଲେ। ଯାହାକୁ ଅଫିସ୍ରେ ନାକଚ କରି ଦିଆଯାଇଥିଲା। ଏହାକୁ ନେଇ ଅଭିଯୋଗ ହେବା ପରେ ସମ୍ଫୃକ୍ତ ଅଫିସରଙ୍କୁ ନିଲମ୍ବିତ କରିଦିଆଯାଇଛି।
ଏନେଇ ଦମ୍ପତି ଟ୍ୱିଟ୍ ଓ ଇମେଲ୍ କରି ବୈଦେଶୀକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନିକଟରେ ଅଭିଯୋଗ କରିଥିଲେ। ପାସ୍ପୋର୍ଟ ଅଫିସର ସେମାନଙ୍କୁ ଅପମାନିତ କରିବା କରିଥିବା ସେମାନେ ଦର୍ଶାଇ ଥିଲେ। ସେମାନେ ଇମେଲ୍ରେ ଆହୁରି ଉଲ୍ଲେଖ କରିଛନ୍ତି, “ତାଙ୍କର ଏକ ୬ ବର୍ଷର ଝିଅ ଅଛି। ନାଁ ବଦଳାଇବା, ନ ବଦଳାଇବା ସେମାନଙ୍କ ପାରିବାରିକ ନିଷ୍ପତ୍ତି। ଏହାକୁ ନେଇ କିଛି କହିବାର ଅଧିକାର ପାସ୍ପୋର୍ଟ ଅଫିସରଙ୍କର ନାହିଁ।”
ଏହି ଦମ୍ପତି ଜୁନ ୧୯ ତାରିଖ ଦିନ ପାସ୍ପୋର୍ଟ ପାଇଁ ଆବେଦନ କରିଥିଲେ। ୨୦ ତାରିଖକୁ ସେମାନଙ୍କୁ ଆସିବାକୁ ସମୟ ଦିଆଯାଇଥିଲା। ଅଫିସ୍ରେ ପହଞ୍ଚିବା ପରେ ଅଫିସର ଜଣଙ୍କ ଧର୍ମକୁ ଆକ୍ଷେପ କରି ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଥିଲେ।