ପାଶ୍ୱାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ପାଟନା: ଗତକାଲି ହଠାତ୍ ଅସୁସ୍ଥ ହୋଇ ପାଟନାର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି ସଭାପତି ରାମବିଳାଶ ପାଶ୍ୱାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଆଜି ଏହି ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ପାଶ୍ୱାନ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପାଶ୍ୱାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ଡାକ୍ତରଙ୍କୁ ପଚାରି ବୁଝିଥିଲେ। ଆର୍‌ଜେଡି ମୁଖ୍ୟ […]

paswan

Rakesh Mallick
  • Published: Friday, 13 January 2017
  • , Updated: 13 January 2017, 11:59 AM IST

ପାଟନା: ଗତକାଲି ହଠାତ୍ ଅସୁସ୍ଥ ହୋଇ ପାଟନାର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି ସଭାପତି ରାମବିଳାଶ ପାଶ୍ୱାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଆଜି ଏହି ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ପାଶ୍ୱାନ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପାଶ୍ୱାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ଡାକ୍ତରଙ୍କୁ ପଚାରି ବୁଝିଥିଲେ। ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ନିଜର ଦୁଇ ପୁଅଙ୍କ ସହ ପାଶ୍ୱାନଙ୍କୁ ଡାକ୍ତରଖାନାକୁ ଭେଟିବାକୁ ଯାଇଥିଲେ।

Related story