ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ପତଞ୍ଜଳିର ଦିବ୍ୟ ଫାର୍ମାସି ଦ୍ୱାରା ପ୍ରସ୍ତୁତ ‘କରୋନିଲ୍’ ଔଷଧକୁ ନେଇ ବିବାଦ ବଢ଼ି ଚାଲିଛି। ଏହାରି ଭିତରେ ଜଣାପଡ଼ିଛି ପତଞ୍ଜଳି ଅନ୍ତିମ ଅନୁମତି ପାଇବା ପୂର୍ବରୁ କରୋନିଲ୍ ବାବଦରେ ଘୋଷଣା କରିଛି। ମଙ୍ଗଳବାର ଯୋଗ ଗୁରୁ ବାବା ରାମଦେବ କରୋନିଲ ଔଷଧ ବାବଦରେ ପ୍ରେସ କନଫରେନସ କରି ଘୋଷଣା କରିଥିଲେ।
https://twitter.com/ANI/status/1276101562838863872
କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଇକ କହିଛନ୍ତି, “ପତଞ୍ଜଳି ଅନ୍ତିମ ମଞ୍ଜୁରୀ ପାଇବା ପୂର୍ବରୁ କରୋନିଲ ବାବଦରେ ବିଜ୍ଞାପନ କରିଛି। ଏହା କରିବାର ନଥିଲା। ଆମେ ସମସ୍ତ ପ୍ରକ୍ରିୟା ଶେଷ ହେବା ଯାଏ ଅପେକ୍ଷା କରିବାକୁ କହିଥିଲୁ”।
ସେ ଆହୁରି କହିଛନ୍ତି, ବାବା ରାମଦେବ କରୋନା ମହାମାରୀର ଔଷଧ ତିଆରି କରିଛନ୍ତି। ଏହା ଭଲ କଥା। ହେଲେ ନିୟମ ଅନୁସାରେ ତାଙ୍କୁ ଆୟୁଷ ମନ୍ତ୍ରଳାୟକୁ ଆସିବାର ଥିଲା। ମନ୍ତ୍ରାଳୟ ମଧ୍ୟ ଔଷଧ ବାବଦରେ ପ୍ରସ୍ତୁତି ଚଳାଇଛି। ଜୁଲାଇ ସୁଦ୍ଧା କରୋନା ଔଷଧ ତିଆରି ହେବ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।