ପଠାନ୍‌କୋଟ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଚାର୍ଜସିଟ୍‌ ଦାଖଲ କଲା ଏନ୍‌ଆଇଏ

ନୂଆଦିଲ୍ଲୀ: ପଠାନ୍‌କୋଟ୍‌ ଏୟାରବେସ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଚାର୍ଜସିଟ୍‌ ଦାଖଲ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି ଏନ୍‌ଆଇଏ। ଚାର୍ଜସିଟ୍‌ରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାର ଓ ଅନ୍ୟ ୩ଜଣଙ୍କ ନାଁ ରହିଛି। ପଠାନ୍‌କୋଟ ଆତଙ୍କବାଦୀ ଆକ୍ରମଣରେ ମାସୁଦ୍‌ ଆଝାର ମାଷ୍ଟର ମାଇଣ୍ଡ ଥିଲା ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି। ଅନ୍ୟ ୩ ଆତଙ୍କବାଦୀ ହେଲେ ଅବଦୁଲ୍‌ ଅସଘର, ସାହିଦ୍‌ ଲତିଫ୍‌ ଓ କସିଫ୍‌ ଜାନ୍‌। ପଞ୍ଚକୁଲା ସ୍ୱତନ୍ତ୍ର କୋର୍ଟରେ ଏନ୍‌ଆଇଏ ପକ୍ଷରୁ ଚାର୍ଜସିଟ୍‌ ଦାଖଲ […]

pathancoat

Rakesh Mallick
  • Published: Monday, 19 December 2016
  • , Updated: 19 December 2016, 03:18 PM IST

ନୂଆଦିଲ୍ଲୀ: ପଠାନ୍‌କୋଟ୍‌ ଏୟାରବେସ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଚାର୍ଜସିଟ୍‌ ଦାଖଲ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି ଏନ୍‌ଆଇଏ। ଚାର୍ଜସିଟ୍‌ରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାର ଓ ଅନ୍ୟ ୩ଜଣଙ୍କ ନାଁ ରହିଛି।

ପଠାନ୍‌କୋଟ ଆତଙ୍କବାଦୀ ଆକ୍ରମଣରେ ମାସୁଦ୍‌ ଆଝାର ମାଷ୍ଟର ମାଇଣ୍ଡ ଥିଲା ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି। ଅନ୍ୟ ୩ ଆତଙ୍କବାଦୀ ହେଲେ ଅବଦୁଲ୍‌ ଅସଘର, ସାହିଦ୍‌ ଲତିଫ୍‌ ଓ କସିଫ୍‌ ଜାନ୍‌।

ପଞ୍ଚକୁଲା ସ୍ୱତନ୍ତ୍ର କୋର୍ଟରେ ଏନ୍‌ଆଇଏ ପକ୍ଷରୁ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏଥିରେ ଆତଙ୍କବାଦୀ ଆକ୍ରମଣରେ ଜୈସ-ଏ-ମହମ୍ମଦର ଭୂମିକା ସଂପର୍କରେ ଉଲ୍ଲେଖ ରହିଛି। ଜାନୁଆରୀ ୨ରେ ପଠାନ୍‌କୋଟ ଏୟାରବେସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୭ ଭାରତୀୟ ସେନା ପ୍ରାଣ ହରାଇଥିଲେ।

Related story