ପଠାନକୋଟ ଏୟାରବେସରେ ୬ ଆତଙ୍କବାଦୀ ନିହତ, ଅପରେସନ୍ ଜାରି

ପଠାନକୋଟ: ପଞ୍ଜାବ ପଠାନକୋଟ ଏୟାରବେସରେ ସେନାର ଅପରେସନ ଜାରି ରହିଛି। ଆଜି ଷଷ୍ଠ ଆତଙ୍କବାଦୀ ନିହତ ହୋଇଥିଲେ ମଧ୍ୟ ଆଉ ଜଣେ କିମ୍ୱା ଦୁଇ ଜଣ ଆତଙ୍କବାଦୀ ଏୟାରବେସରେ ଲୁଚି ରହିଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଧରିବା ଲାଗି ଜୋରଦାର କମ୍ୱିଂ ଅପରେସନ ଚାଲିଛି। ପୁରା ଏୟାରବେସ୍ ସହ ବାମିୟାଲ୍ ଗାଁରେ ଏନ୍ଆଇଏ ଯବାନ ତନତନ କରି ଯାଞ୍ଚ କରୁଛନ୍ତି । ଆତଙ୍କବାଦୀମାନେ ଏୟାରବେସକୁ କ୍ଷତି ପହଞ୍ଚାଇବା ଯୋଜନାରେ ଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ଆତଙ୍କବାଦୀମାନେ […]

pathankotairbase

Rakesh Mallick
  • Published: Monday, 04 January 2016
  • , Updated: 04 January 2016, 04:03 PM IST

ପଠାନକୋଟ: ପଞ୍ଜାବ ପଠାନକୋଟ ଏୟାରବେସରେ ସେନାର ଅପରେସନ ଜାରି ରହିଛି। ଆଜି ଷଷ୍ଠ ଆତଙ୍କବାଦୀ ନିହତ ହୋଇଥିଲେ ମଧ୍ୟ ଆଉ ଜଣେ କିମ୍ୱା ଦୁଇ ଜଣ ଆତଙ୍କବାଦୀ ଏୟାରବେସରେ ଲୁଚି ରହିଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଧରିବା ଲାଗି ଜୋରଦାର କମ୍ୱିଂ ଅପରେସନ ଚାଲିଛି। ପୁରା ଏୟାରବେସ୍ ସହ ବାମିୟାଲ୍ ଗାଁରେ ଏନ୍ଆଇଏ ଯବାନ ତନତନ କରି ଯାଞ୍ଚ କରୁଛନ୍ତି ।

ଆତଙ୍କବାଦୀମାନେ ଏୟାରବେସକୁ କ୍ଷତି ପହଞ୍ଚାଇବା ଯୋଜନାରେ ଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ଆତଙ୍କବାଦୀମାନେ ଦୁଇଟି ଗ୍ରୁପରେ ସେଠାରେ ପ୍ରବେଶ କରିଥିବା ସେ କହିଛନ୍ତି। ତେବେ ଏନଏସଜିର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆତଙ୍କବାଦୀଙ୍କ ଯୋଜନା ସଫଳ ହୋଇ ନ ଥିବା ଜେଟଲୀ ସୂଚନା ଦେଇଛନ୍ତି।

ପଞ୍ଜ।ବ ପଠାନକୋଟ ଏୟାର ବେଶରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୭ ଜଣଙ୍କ ମଧ୍ୟରୁ ହରିୟାଣାର ଗରୁଡ଼ କମାଣ୍ତୋ ଗୁରୁସେବକ ସିଂ ସହିଦ ହୋଇଥିଲେ। ସହିଦ ଗୁରୁସେବକଙ୍କ ପୈତୃକ ଗାଁ ହରିୟାଣାର ଗର୍ଣ୍ଣାଲାଠାରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସେହିଭଳି କର୍ଣ୍ଣାଟକର ବେଙ୍ଗାଲୁରୁରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ନିରଞ୍ଜନଙ୍କର ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଛି। ସହିଦଙ୍କ ଶେଷକୃତ୍ୟ ବେଳେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ, ରବିବାର ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏୟାରବେସରେ ଦ୍ୱିତୀୟ ଥର ପାଇଁ ଫାୟାରିଂ ହୋଇଥିଲା। ସର୍ଚ୍ଚ ଅପରେସନ୍ ବେଳେ ଏକ ବୋମାକୁ ନିଷ୍କ୍ରିୟ କରାଯାଉଥିବା ବେଳେ ତାହା ଫାଟି ଯାଇଥିଲା। ଏଥିରେ ଜଣେ ଯବାନ ସହିଦ ହୋଇଥିଲେ। ଏହା ପରେ ସେନା ପକ୍ଷରୁ ପୁଣି ଅପରେସନ୍ କରାଯାଇଥିଲା ଓ ଏଥିରେ ଲୁଚି ରହିଥିବା ଆଉ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା।

ଗତକାଲି ସନ୍ଧ୍ୟାରେ କେନ୍ଦ୍ର ଗୃହ ସଚିବ ରାଜୀବ ମହାର୍ଷି କହିଥିଲେ ଯେ ପଠାନକୋଟ ଏୟାରବେସରେ ଅପରେସନ୍ ଜାରି ରହିଛି। ଏଥିରେ ଏଯାବତ ୭ ଯବାନ ସହିଦ ହୋଇଥିବା ବେଳେ ୧୬ ଆହତ ହୋଇଛନ୍ତି।

ଶନିବାର ଅପରେସନରେ ସେନା ୪ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲା। ସେତେବେଳେ ସମସ୍ତ ଆତଙ୍କବାଦୀ ନିହତ ହୋଇଥିବା ଅନୁମାନ କରାଯାଇଥିଲେ ହେଁ ଗତକାଲି ସକାଳୁ ପୁଣି ଗୁଳିବିନିମୟ ହୋଇଥିଲା।

Related story