ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଥିବା ଲୋକେ ‘ଦେଶଦ୍ରୋହୀ’ ନୁହନ୍ତି: ବମ୍ବେ ହାଇକୋର୍ଟ

ମୁମ୍ବାଇ: କୌଣସି ଆଇନ ବିରୋଧରେ ଯେଉଁମାନେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଛନ୍ତି ସେମାନଙ୍କୁ ‘ଦେଶଦ୍ରୋହୀ’ ବା ‘ଆଣ୍ଟି ନ୍ୟାସନାଲ’ କୁହାଯାପାରିବନି ବୋଲି ଆଜି ବମ୍ବେ ହାଇକୋର୍ଟ କହିଛନ୍ତି। ବମ୍ବେ ହାଇକୋର୍ଟର ଔରଙ୍ଗାବଦ ଖଣ୍ଡପୀଠ ଏପରି କହିଛନ୍ତି। ମହାରାଷ୍ଟ୍ରର ଇଫ୍‌ତେଖାର ଶେଖ୍‌ ସିଏଏ ବିରୋଧରେ ବିକ୍ଷୋଭରେ ବସିବେ ବୋଲି ଅନୁମତି ମାଗିବା ପରେ କୋର୍ଟ ଏପରି କହିଛନ୍ତି। ଏହା ପୂର୍ବରୁ ଇଫ୍‌ତେଖାରଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ପୁଲିସ୍‌ ପ୍ରଶାସନ ଅନୁମତି ଦେବାକୁ ମନା କରିଥିଲେ। ତେବେ ଖଣ୍ଡପୀଠର ବିଚାରପତି […]

CAA

Subrat Kumar Nayak
  • Published: Saturday, 15 February 2020
  • , Updated: 15 February 2020, 05:52 PM IST

ମୁମ୍ବାଇ: କୌଣସି ଆଇନ ବିରୋଧରେ ଯେଉଁମାନେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଛନ୍ତି ସେମାନଙ୍କୁ ‘ଦେଶଦ୍ରୋହୀ’ ବା ‘ଆଣ୍ଟି ନ୍ୟାସନାଲ’ କୁହାଯାପାରିବନି ବୋଲି ଆଜି ବମ୍ବେ ହାଇକୋର୍ଟ କହିଛନ୍ତି। ବମ୍ବେ ହାଇକୋର୍ଟର ଔରଙ୍ଗାବଦ ଖଣ୍ଡପୀଠ ଏପରି କହିଛନ୍ତି। ମହାରାଷ୍ଟ୍ରର ଇଫ୍‌ତେଖାର ଶେଖ୍‌ ସିଏଏ ବିରୋଧରେ ବିକ୍ଷୋଭରେ ବସିବେ ବୋଲି ଅନୁମତି ମାଗିବା ପରେ କୋର୍ଟ ଏପରି କହିଛନ୍ତି।

ଏହା ପୂର୍ବରୁ ଇଫ୍‌ତେଖାରଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ପୁଲିସ୍‌ ପ୍ରଶାସନ ଅନୁମତି ଦେବାକୁ ମନା କରିଥିଲେ।

ତେବେ ଖଣ୍ଡପୀଠର ବିଚାରପତି ଜଷ୍ଟିସ୍‌ ଟିଭି ନାଲାଭଡେ ଏବଂ ଏମ୍‌ଜି ସେୱଲକର କହିଛନ୍ତି, “ଏପରି ଅନୁମତି ନଦିଆଯିବାର ଅର୍ଥ ସିଏଏର ବ୍ୟବସ୍ଥାକୁ ବିରୋଧ କରାଯାଇପାରିବନି। ତେଣୁ କୋର୍ଟ ହସ୍ତକ୍ଷେପ କରି ସ୍ପଷ୍ଟ କରିବାକୁ ଚାହୁଁଛନ୍ତି, ତାଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବାର ଅଧିକାର ମିଳିବା ଦରକାର। ଏହା ସିଏଏ ପାଇଁ କେବଳ ସରକାରଙ୍କ ବିରୋଧରେ ବିକ୍ଷୋଭ ହେବ।”

କୋର୍ଟ ଏହି ନିର୍ଦ୍ଦେଶରେ କହିଛନ୍ତି, “ଭାରତ ଅହିଂସା ଆନ୍ଦୋଳନ କାରଣରୁ ହିଁ ସ୍ୱାଧୀନତା ପାଇଛି। ଆଜି ଯାଏ ଏହା ହିଁ ଏହି ଦେଶର ଲୋକେ ଅନୁସରଣ କରିଆସୁଛନ୍ତି। ଆମେ ଭାଗ୍ୟବାନ ଯେ, ଏହି ଦେଶର ଅଧିକାଂଶ ଲୋକ ଅହିଂସାରେ ବିଶ୍ୱାସ କରନ୍ତି। ଏହି ମାମଲାରେ ମଧ୍ୟ ଆବେଦନକାରୀ ଅହିଂସା ଓ ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରିବାକୁ ଚାହାନ୍ତି।”

କୋର୍ଟ ଆହୁରି ମଧ୍ୟ କହିଛନ୍ତି, “ଗଣତାନ୍ତ୍ରିକ ରାଷ୍ଟ୍ରରେ ସମ୍ବିଧାନ ଆମକୁ ଆଇନର ଶାସନ ଦେଇଛି, ସଂଖ୍ୟାଗରିଷ୍ଠଙ୍କ ଶାସନ ନୁହେଁ। ସିଏଏ ପରି ଆଇନରେ ହୁଏତ ମୁସଲିମ୍‌ ପରି ଧର୍ମର ଲୋକେ ଅନୁଭବ କରୁଥାଇପାରନ୍ତି, ଏଥିରେ ସେମାନଙ୍କ ସ୍ୱାର୍ଥ ହାନି ହେଉଛି। ଏହା ସେମାନଙ୍କ ଭାବନଗତ ଏବଂ ବିଶ୍ୱାସଗତ କଥା।”

ଜଷ୍ଟିସ୍‌ ନାଲାଭଡେ ଏବଂ ଜଷ୍ଟିସ୍‌ ସେୱଲିକର କହିଛନ୍ତି, “କୋର୍ଟ ଦେଖିବ ଯେ ସେମାନଙ୍କର ଆଇନକୁ ବିରୋଧ କରିବାର ଅଧିକାର ଅଛି କି ନା। କୋର୍ଟ ଯଦି ଜାଣିବାକୁ ପାଉଛି ଏହା ସେମାନଙ୍କ ମୌଳିକ ଅଧିକାର, କୋର୍ଟ ଆଉ ଦେଖିବନି ଯେ ଏହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି କି ନା। ଏହା ରାଜନୀତିକ ସରକାରର କାମ। ଏଭଳି ମାମଲାରେ ସେହି ବ୍ୟକ୍ତିଙ୍କ ପାଖକୁ ଯାଇ ବୁଝାଇବା ହେଉଛି ସରକାରଙ୍କ କର୍ତ୍ତବ୍ୟ।”

Related story